ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହଜି ଯାଇଥିବା ଫୋନ୍‌କୁ ଖୋଜି ଦେବ Android ର ଏହି ଫିଚର, ଜାଣନ୍ତୁ ବ୍ୟବହାର କରିବାର ପ୍ରଣାଳୀ

ନୂଆଦିଲ୍ଲୀ,୧୧।୫:  ସ୍ମାର୍ଟଫୋନ୍ ହଜିଯିବା ପ୍ରକୃତରେ ଏକ ଖରାପ ଅନୁଭୂତି। ପ୍ରଥମତଃ ନିଜର ଟଙ୍କା ନଷ୍ଟ ହେବାର ଦୁଃଖ ଓ ଦ୍ବିତୀୟରେ ଫୋନ୍ରେ ଥିବା ବ୍ୟକ୍ତିଗତ ଫଟୋ ଭିଡିଓ ଏବଂ ବ୍ୟକ୍ତିଗତ ଜିନିଷ ହଜିଯିବାର କଷ୍ଟ। ଫୋନ୍ ଯଦି କୌଣସି ଖରାପ ଲୋକର ହାତରେ ପଡେ ତେବେ ସେ ଏହାର ଅପବ୍ୟବହାର କରିପାରେ। ତାହା ବହୁତ ବଡ ସମସ୍ୟା। ହେଲେ ଆପଣଙ୍କ ପାଇଁ ଏକ ଆଶ୍ବସ୍ତିଜନକ ଖବର ହେଲା ଆଣ୍ଡ୍ରଏଡ୍ ଫୋନ୍ ହଜିଥିଲେ ପାଇ ପାରିବେ। କାରଣ ଏଥିରେ ଏକ ଫିଚର ରହିଛି, ଯାହାକି ହଜି ଯାଇଥିବା  ଫୋନ୍କୁ ଖୋଜିବାରେ ସୁବିଧା ହୋଇଥାଏ। ତେବେ ଆସନ୍ତୁ ଜାଣିବା ତାହା କ’ଣ ?

ଅଧିକାଂଶ ମୋବାଇଲ ଫୋନରେ‘ ଫାଇଣ୍ଡ ପାଇଁ ଡିଭାଇସ୍’ ନାମକ ଏକ  ଇନବିଲ୍ଟ ଫିଚର ରହିଛି, ଯାହାକି ଆପଣଙ୍କ ହଜିଥିବା ଫୋନ୍କୁ ଦୂରରକୁ ଖୋଜି ତାକୁ ଲକ୍ କରିବା କିମ୍ବା ଡାଟା ନଷ୍ଟ କରିବାରେ ସୁବିଧା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଫିଚରକୁ କିଭଳି ସେଟ୍ କରିବେ ଓ ଫୋନ୍ ହଜିଯିବାର ସ୍ଥିତିରେ କିଭଳି ବ୍ୟବହାର କରିବେ ?

ଜରୁରୀ ସର୍ତ୍ତ:

-ସବୁଠାରୁ ପ୍ରଥମେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ଆଣ୍ଡ୍ରଏଡ୍ ଡିଭାଇସ୍ ଆଣ୍ଡ୍ରଏଡ୍ ୮.୦ କିମ୍ବା ନୂଆ ଭର୍ସନରେ ଚାଲୁଛି।

-ସୁନିଶ୍ଚିତ କରନ୍ତୁ ଯେ, ଡିଭାଇସ୍ର ସେଟିଂରେ ଫାଇଣ୍ଡ ମାଇଁ ଡିଭାଇସ୍ ଏନେବଲ୍ ଅଛି।

-ଭେରିଫାଏ କରନ୍ତୁ ଲୋକେସନ୍ ସର୍ଭିସ ଅନ୍ ରହିଛି କି ?

-ଚେକ୍ କରନ୍ତୁ ଆପଣଙ୍କ ଡିଭାଇସ୍ ପାଇଁ ଗୁଗୁଲ ପ୍ଲେ ଭିଜିବିଲିଟି ଏନେବଲ୍ ଅଛି।

-କନଫର୍ମ କରନ୍ତୁ ଯେ, ଆପଣଙ୍କ ଫୋନ୍ ମୋବାଇଲ ଡାଟା କିମ୍ବା ଓ୍ବାଇ-ଫାଇ ମାଧ୍ୟମରେ ଇଣ୍ଟରନେଟ୍ ସହିତ କନେକ୍ଟ ରହୁ।

-ଏହାଛଡା ଏହା ମଧ୍ୟ କନଫର୍ମ କରନ୍ତୁ ଯେ, ଆପଣଙ୍କ ଫୋନ୍ ଗୁଗୁଲ ଆକାଉଣ୍ଟ ସହ ଲିଙ୍କ୍ ରହିଛି।

ଥରେ ଏହି ଜରୁରୀ ଜିନିଷ ପୂରା ହୋଇଗଲେ, ଆପଣ ହଜିଯାଇଥିବା ଫୋନ୍ ଖୋଜିବା ପାଇଁ ଏହି ଷ୍ଟେପ୍କୁ ଫଲୋ କରିପାରିବେ

ସବୁଠାରୁ ପ୍ରଥମେ https//www.google.com/android/find କୁ ଯାଆନ୍ତୁ କିମ୍ବା ଅନ୍ୟ କୌଣସି ଡିଭାଇସରେ ପ୍ଲେ ଷ୍ଟୋରରୁ ଫାଇଣ୍ଡ ମାଇଁ ଡିଭାଇସ୍ ଆପ୍ ଡାଉନଲୋଡ୍ କରନ୍ତୁ।

-ନିଜର ହଜିଯାଇଥିବା ଫୋନ୍ ସମ୍ପର୍କିତ ଗୁଗୁଲ ଆକାଉଣ୍ଟରୁ ଲଗଇନ୍ କରନ୍ତୁ।

-ଓ୍ବେବସାଇଟ୍ କିମ୍ବା ଆପ୍ ଆପଣଙ୍କୁ ଡିଭଇସ୍‌ର ଲାଷ୍ଟ ଲୋକେସନ୍, କନେକ୍ଟିଭିଟି ଷ୍ଟାଟସ୍ ଓ ବ୍ୟାଟେରୀ ଲାଇଫ୍ ଦେଖାଇବ।

-ନିଜର ଫୋନ୍ର ବର୍ତ୍ତମାନ ଲୋକେସନ୍ ପାଇବା ପାଇଁ ଲୋକେସନ୍ ପିନ୍ ଉପରେ କ୍ଲିକ୍ କରନ୍ତୁ।

ଫାଇଣ୍ଡ ମାଇଁ ଡିଭାଇସ୍ ଯୋଗେ ଘରେ ବସି ଆପଣ ନିଜ ହଜି ଯାଇଥିବା ଫୋନ୍କୁ ସେଫ୍ କରିବା ପାଇଁ ବହୁ ଗୁଡିଏ ଅପ୍ସନ ରହିଛି। ସେଗୁଡିକ ହେଲା...

ପ୍ଲେ ସାଉଣ୍ଡ- ଏହି ଅପ୍ସନରେ ଆପଣଙ୍କ ଫୋନ୍ ୫ ମିନିଟ୍ ପର୍ଯ୍ୟନ୍ତ ଫୁଲ୍ ସାଉଣ୍ଡରେ ବାଜିବ।ଏହା ସାଇଲେଣ୍ଟ ମୋଡରେ ଥିଲେ ବି ବାଜିବ। 

ସିକ୍ୟୁର ଡିଭାଇସ୍- ଏହି ଫିଚର ଆପଣଙ୍କ ଫୋନ୍ର ପିନ୍, ପାସଓ୍ବାର୍ଡ କିମ୍ବା ସ୍କ୍ରିନ୍ ଲକ୍ରୁ ଦୂରରେ ଲକ୍ କରିବାର ସୁବିଧା ଦେଇଥାଏ। ଆପଣ ଲକ୍ ସ୍କ୍ରିନ୍ ଦେଖିବା ପାଇଁ ମେସେଜ୍ ଓ ଫୋନ୍ ନମ୍ବର ମଧ୍ୟ ଛାଡି ପାରନ୍ତି।

ଇରେଜ୍ ଡିଭାଇସ୍- ଏହି ଅପ୍ସନର ବ୍ୟବହାର ଅନ୍ତିମ ପର୍ଯ୍ୟାୟରେ କରାଯିବା ଦରକାର, କାରଣ ଏହା ଆପଣଙ୍କ ଫୋନ୍ରେ ଷ୍ଟୋର ଥିବା ସବୁ ଡାଟାକୁ ସବୁବେଳ ପାଇଁ ଇରେଜ୍ କରିଦେବ, ଯେଉଁଥିରେ ଫାଉଣ୍ଡ ମାଇଁ ଡିଭାଇସ୍ ସମ୍ପର୍କିତ ଡାଟା ମଧ୍ୟ ରହିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.