ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସମ୍ମମ୍‌ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ

ଭୁବନେଶ୍ୱର, ୨୧ / ୫ : ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି । ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍ ପରବର୍ତ୍ତି ସମୟରେ ଅତ୍ୟଧିକ ରକ୍ତସ୍ରାବ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । 

ଯଦିଓ ତାଙ୍କ ଶରୀରରେ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ଅସ୍ତ୍ରୋପଚାର ଏତେ ସହଜ ନଥିଲା ତେବେ ସୁରକ୍ଷିତ ଏବଂ ମିନିମାଲ୍ ଇନଭାସିଭ୍ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଥିଲା ଏବଂ ଗର୍ଭାଶୟ ଏବଂ ଅଣ୍ଡାଶୟକୁ ବାହାର କରିବାକୁ ପଡ଼ି ନଥିଲା । ଏହି ପ୍ରକ୍ରିୟାରେ ରୋଗୀ ଜଣକ ବିଶେଷ କଷ୍ଟ ପାଇନଥିଲେ ।

ଗତ ସୋମବାର ସମ୍ମମ୍‌ରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କ ଠାରେ ଏହି ପ୍ରକ୍ରିୟାଟି କରାଯାଇଥିଲା । ଯେତେବେଳେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନଥାଏ କିମ୍ବା ରୋଗୀ ଅସ୍ତ୍ରୋପଚାରକୁ ପସନ୍ଦ କରେ ନାହିଁ ସେତେବେଳେ ଏହି ଅଭିନବ ଉପାୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରେ । 

ଏହି ରୋଗୀଙ୍କ ଗର୍ଭାଶୟ ଫାଇବ୍ରଏଡ୍ ସମସ୍ୟା କ୍ଷେତ୍ରରେ ପିଭିଏ ପାର୍ଟିକଲ୍ସ ଓ ଜେଲ୍‌-ଫୋମ୍ ଏମ୍ବୋଲାଇଜେସନ୍ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିଲା । ଏହି ୟୁଏଇ ପ୍ରକ୍ରିୟାରେ ଛୋଟ ଛୋଟ ଗୁଣ୍ଡ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଇଞ୍ଜେକ୍ସନ୍ ଦ୍ୱାରା ରକ୍ତ ଧମନୀକୁ ଛଡ଼ା ଯାଇଥାଏ ଯାହାକି ଗର୍ଭାଶୟକୁ ଯାଇ ରକ୍ତସ୍ରାବକୁ ବନ୍ଦ କରିଥାଏ ଏବଂ ଫାଇବ୍ରଏଡ୍ ଗୁଡ଼ିକୁ କ୍ଷୁଦ୍ର କରିବାରେ ସହାୟକ ହୋଇଥାଏ । 

ସମ୍ମମ୍‌ର ଭାସ୍କୁଲାର ଆଣ୍ଡ ଇନ୍‌ଟରଭେନ୍‌ସନାଲ୍ ରେଡ଼ିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ଏହି ଚିକିତ୍ସା କରିଥିବା ବେଳେ ରୋଗୀ ଜଣକ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.