ନୂଆଦିଲ୍ଲୀ,୧୪/୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ମୁମ୍ବାଇରେ ଅକ୍ଟୋବର ୧୫ ତାରିଖରେ ଖେଳାଯିବ। ବିଶ୍ୱକପ ୨୦୨୩ ର ଲିଗ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ୯୫ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ଏବେ ପୁଣି ଥରେ ଉଭୟ ଦଳ ପରସ୍ପର ବିପକ୍ଷରେ ମଇଦାନକୁ ଓହ୍ଲାଇବେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ଦିନିକିଆ ରନ୍ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ତେବେ ଶ୍ରେଷ୍ଠ ତିନି ଖେଳାଳିଙ୍କ ତାଲିକାରେ ବିରାଟ କୋହଲି ମଧ୍ୟ ସାମିଲ ହୋଇଛନ୍ତି।
ଏହି ବିଶ୍ୱକପ୍ରେ ବିରାଟ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ କରିଥିବା ଖେଳାଳି ଭାବେ ଶିର୍ଷରେ ଅଛନ୍ତି। ସେ ଦୁଇଟି ଶତକ ଏବଂ ପାଞ୍ଚୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ କୋହଲି ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ଦିନିକିଆ ରନ୍ କରିବାରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୋହଲି ୩୦ ଟି ମ୍ୟାଚ୍ରେ ୧୫୨୮ ରନ୍ ସଂଗ୍ରହ କରିଛନ୍ତି। ଏହାରି ଭିତରେ ମଧ୍ୟରେ ସେ ୫ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାରି ଭିତରେ କୋହଲି ସର୍ବାଧିକ ସ୍କୋର୍ ୧୫୪ ରନ୍ କରି ଅପରାଜିତ ରହିଛନ୍ତି।
ସଚିନଙ୍କ ବିଷୟରେ ଯଦି ଦେଖାଯାଏ, ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ଦିନିକିଆ ରନ୍ ସ୍କୋର। ସଚିନ ୪୨ ଟି ମ୍ୟାଚରେ ୧୭୫୦ ରନ୍ ସଂଗ୍ରହ କରିଛନ୍ତି। ଏହାରିଭିତରେ ସେ ୫ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସଚିନଙ୍କ ଶ୍ରେଷ୍ଠ ରନ୍ ଥିଲା ୧୮୬। ବିରେନ୍ଦର ସେହୱାଗ ତୃତୀୟ ସ୍ଥାନରେ ଅଛନ୍ତି। ସେହୱାଗ ୨୩ ଟି ମ୍ୟାଚରେ ୧୧୫୭ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୬ ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ପରେ ଅଜହରୁଦ୍ଦିନ ୪୦ ଟି ମ୍ୟାଚରେ ୧୧୧୮ ରନ୍ ସଂଗ୍ରହ କରିଛନ୍ତି।
ସୂଚନାଥାଉକି, ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ କୋଲକାତାରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ୧୬ ନଭେମ୍ବରରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ୧୯ ନଭେମ୍ବରରେ ଅନୁଷ୍ଠିତ ହେବ। ଏହା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।