ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍‌ ୯ରେ ହେବାକୁ ଥିବା ମ୍ୟାଚ୍‌ର ଟିକେଟ୍‌ ଦାମ୍‌ ଆକାଶଛୁଆଁ, ଆଇସିସି ଉପରେ ବର୍ଷିଲେ ଲଳିତ ମୋଦୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଜୁନ୍‌ ୯ରେ ପାକିସ୍ତାନକୁ ଭେଟିଭ ଭାରତୀୟ କ୍ରିକେଟ ଟିମ୍‌ । ନ୍ୟୁୟର୍କରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ଏବେ ଠାରୁ ବିବାଦ ମୁଣ୍ଡ ଟେକିଛି । ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଲାଗି ଟିକେଟ ପ୍ରାୟ ୧୬ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା କୁହାଯାଉଛି । ଏହାକୁ ନେଇ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ସଂସ୍ଥାପକ ଲଳିତ ମୋଦୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଟିକେଟ୍‌ ଦାମକୁ ନେଇ ଏକ୍ସରେ ପୋଷ୍ଟ କରିଛନ୍ତି ଲଳିତ ମୋଦୀ ।  ଏଥିରେ  ସେ ଆଇସିସି ଉପରେ ବର୍ଷିଛନ୍ତି । 

ଏକ୍ସ ପୋଷ୍ଟରେ କେତେକ ସ୍କ୍ରିନ୍‌ସଟ୍‌ ଶେୟାର କରି ଲଳିତ ମୋଦୀ ଲେଖିଛନ୍ତି, ଭାରତ ପାକିସ୍ତାନ ମ୍ୟାଚ୍‌ ଲାଗି ଆଇସିସି ଟିକେଟ୍‌ ପିଛା ୨୦ ହଜାର ଡଲାର ନେଉଛି ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି । ବିଶ୍ବକପର ଆୟୋଜନ ଆମେରିକାରେ ହେବାର କାରଣ ହେଉଛି କ୍ରିକେଟ ଆହୁରି ଆଗକୁ ବଢ଼ିବ ଏବଂ ଅଧିରୁ ଅଧିକ ପ୍ରଶଂସକ ମ୍ୟାଚ୍‌ ଦେଖିବାକୁ ଆସିବେ ।  କିନ୍ତୁ ଅଧିକ ଟଙ୍କା କମାଇବା ପାଇଁ ଏହି ଆୟୋଜନ ହୋଇନାହିଁ । 




ଅନ୍ୟପଟେ ଆଇସିସି ଓ୍ବେବସାଇଟରେ ସବୁଠାରୁ ଶସ୍ତା ଟିକେଟ୍ ଦାମ ୩୦୦ ଡଲାର ରହିଛି । ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଲାଗି ସର୍ବନିମ୍ନ ଟିକେଟ ମୂଲ୍ୟ ୩୦୦ ଡଲାର ଅର୍ଥାତ ୨୫ ହଜାର ଟଙ୍କା ରଖାଯାଇଛି । ସେହଭିଳି ସବୁଠୁ ମହଙ୍ଗା ଟିକେଟର ଦାମ ୧୦ ହଜାର ଡଲାର ଥିବା ଦେଖିବାକୁ ମିଳିଛି । ଏହା ଡାଇମଣ୍ଡ କ୍ଲବ୍‌ ଟିକେଟ ହୋଇପାରେ । ଯଦି ଭାରତୀୟ ମୁଦ୍ରା ହିସାବରେ ଦେଖାଯାଏ ତେବେ ଏହି ଟିକେଟ୍‌ର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ । କିନ୍ତୁ ଆଇସିସି ଓ୍ବେବସାଇଟ୍‌ରେ ୨୦ ହଜାର ଡଲାର ଟିକେଟ୍ ସଂପର୍କରେ କୌଣସି ସୂଚନା ନାହିଁ । 

  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.