ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଢ଼ିବ ବାୟୁସେନାର ଶକ୍ତି: ଆଣ୍ଟି ରେଡିଏସନ୍‌ ମିସାଇଲ ରୁଦ୍ରମ-୨ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ଆଉ ଏକ ବଡ଼ ସଫଳତା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କ୍ଷମତା ରଖିଥିବା ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମ ୨ର ସଫଳ ପରୀକ୍ଷଣ କରିଛି । ବୁଧବାର ଓଡ଼ିଶା ଉପକୂଳରୁ ଏହି ମିସାଇଲ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ରୁ ପରୀକ୍ଷଣ କରାଯାଇଛି । ଡିଆରଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛି । ଡିଆରଡିଓ ପକ୍ଷରୁ ଲେଖାଯାଇଛି ଯେ, ପରୀକ୍ଷଣରେ ସମସ୍ତ ଉଦ୍ଦେଶ୍ୟ ସଫଳ ହୋଇଛି ।

  ଏଥିରେ ପ୍ରୋପଲ୍ସନ ସିଷ୍ଟମରୁ ଆରମ୍ଭ କରି କଣ୍ଟ୍ରୋଲ ଏବଂ ଗାଇଡାନ୍ସ ଆଲୋଗରିଦିମ୍ ସ୍ପଷ୍ଟ ହୋଇଛି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ମିସାଇଲର ସଫଳ ପରୀକ୍ଷଣକୁ ନେଇ ଡିଆରଡିଓ, ବାୟୁସେନା ଏବଂ ଉଦ୍ୟୋଗ ଜଗତକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ସଫଳ ପରୀକ୍ଷଣ ପରେ ରୁଦ୍ରମ ୨ର ଭୂମିକା ସ୍ପଷ୍ଟ ହୋଇଛି । ଏହାଦ୍ବାରା ଭାରତର ବାୟୁସେନାର ଶକ୍ତି ଅନେକ ଗୁଣ ବଢିବ । 




 ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ବୟାନରେ କହିଛି ଯେ ରୁଦ୍ରମ ୨ ମିସାଇଲର ପରୀକ୍ଷଣ ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିଛି । ମେ ୨୯ ରେ ଡିଆରଡିଓ ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟା ବେଳେ ଓଡ଼ିଶା ଉପକୂଳରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ ଏମକେ-୧ ପ୍ଲାଟଫର୍ମରୁ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କରୁଥିବା ରୁଦ୍ରମ ୨ ମିସାଇଲର ସଫଳତାପୂର୍ବକ ପରୀକ୍ଷଣ କରିଛି । ରୁଦ୍ରମ ୨ର ସଫଳ ପରୀକ୍ଷଣ ପରେ ଏହା ଆମର ବାୟୁସେନାକୁ ବଳ ଦେବ ବୋଲି କୁହାଯାଉଛି ।

  • Indian Army
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.