ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆବଶ୍ୟକତାଠାରୁ ଅଧିକ ତାପମାତ୍ରା ସହୁଛନ୍ତି ପ୍ରତ୍ୟେକ ଭାରତୀୟ, ବଢୁଛି ବାୟୁମଣ୍ଡଳର ଆଦ୍ରତା

ନୂଆଦିଲ୍ଲୀ,୧।୪: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପ୍ରଥମ ଥର ୨୭ ମାର୍ଚ୍ଚ ୨୦୨୪ ରେ ରାଜସ୍ଥାନର କିଛି ଭାଗରେ ହିଟଓ୍ବେଭ ଘୋଷଣା କରିଛନ୍ତି, କିନ୍ତୁ ଦେଶରେ ହ୍ୟୁମିଡ୍‌ ହିଟ୍‌ଓ୍ବେଭ୍‌କୁ ନେଇ କୌଣସି ଆର୍ଲଟ ଜାରି କରାଯାଇ ନଥାଏ। ପାଣିପାଗ ବିଭାଗ ହିଟଓ୍ବେଭ୍‌ର ଘୋଷଣା  କରିବା ବେଳେ ରିଲେଟେଡ୍ ହ୍ୟୁମିଡିଟିକୁ ସାମିଲ କରିନାହିଁ। 

ଦେଶରେ ହ୍ୟୁମିଡିଟି ହିଟ୍‌ଓ୍ବେଭର ମାତ୍ରା ଓ ତୀବ୍ରତା ଲଗାତାର ବଢିବାରେ ଲାଗିଛି। ପାଣିପାଗ ବିଭାଗ ହିଟଓ୍ବେଭ୍‌ର ଘୋଷଣା ସେତେବେଳେ ଧାର୍ଯ୍ୟ କରିଥାଏ, ଯେତେବେଳେ ମୈଦାନୀ ଅଞ୍ଚଳରେ ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ, ଉପକୂଳବର୍ତ୍ତୀ ଅଞ୍ଚଳରେ ୩୭ ଡିଗ୍ରୀ ସେଲସିୟସରୁ ଉପରେ ଓ ପାହାଡି ଅଞ୍ଚଳରେ ୩୦ ଡିଗ୍ରୀ ସେଲସିୟସ୍‌ ଉପରେ ତାପମାତ୍ରା ହୋଇଯାଇଥାଏ। ଏହି ସଂଖ୍ୟାକୁ ପାଣିପାଗ ବିଭାଗ ହିଁ ସେଟ୍‌ କରିଛି। 

ତାପମାତ୍ରା ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୪.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରହେ ସେତେବେଳେ ପାଣିପାଗ ବିଭାଗ କୌଣସି ସ୍ଥାନରେ ହିଟଓ୍ବେଭ୍‌ର ଘୋଷଣା କରିଥାଏ। କିନ୍ତୁ ଯେତେବେଳେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥାଏ, ପାଣିପାଗ ବିଭାଗ ବିନା କୌଣସି ସ୍ଥାନକୁ ଧ୍ୟାନରେ ନରଖି ହିଟଓ୍ବେଭ୍‌ ଘୋଷଣା କରି ଦେଇଥାଏ, କିନ୍ତୁ ଏଥିରେ ଆଦ୍ରତା ଥିବା ହିଟଓ୍ବେଭ୍କୁ ସାମିଲ କରିନଥାଏ। 

ହ୍ୟୁମିଡ୍ ହିଟ୍‌ଓ୍ବେଭ୍ ଅର୍ଥାତ ଆଦ୍ରତା ଥିବା ହିଟ୍‌ଓ୍ବେଭ ଘଟଣା ଲଗାତାର ଦେଶରେ ବଢିବାରେ ଲାଗିଛି। ଏହି ସ୍ଥିତିରେ ମଣିଷର ଶରୀର, ପଶୁର ଶରୀର କିମ୍ବା ଗଛ ପତ୍ର ଯେତେ‌ ତାପମାତ୍ରା ସହୁଛି, ତାହା ଆବଶ୍ୟକତାଠାରୁ ବହୁତ ଅଧିକ।  ମେସିନ୍‌ରେ ତାପମାତ୍ରା କମ୍ ଦେଇଥାଏ, କିନ୍ତୁ ଶରୀରରେ ଗରମ ଅଧିକ ଅନୁଭୂତ ହୋଇଥାଏ। କାରଣ ବାୟୁମଣ୍ଡଳରେ ଆଦ୍ରତା ବଢିଯାଇଛି। ଏହାଦ୍ବାରା ମଣିଷର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଥାଏ। ଏହି ସ୍ଥିତିରେ ହିଟ୍‌ ଷ୍ଟେ୍ରାକ୍ କିମ୍ବା ମୃତ୍ୟୁର ବିପଦ ରହିଥାଏ। ଅନ୍ତର୍ଜାତୀୟ ସ୍ତରରେ ଓ୍ବେଟ୍‌ ବଲପ୍‌ ଟେମ୍ପରେଚରର ସୀମା ୩୦ ରୁ ୩୫ ଡିଗ୍ରୀ ସେଲସିୟସ୍ ରହିଛି। ଏହା ଉପରକୁ ଗଲେ ମଣିଷର ମୃତ୍ୟୁ ହୋଇପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.