ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ଆଉ ହେବନି ବିବାଦ, ଆଇପିଏଲ ୨୦୨୪ ରୁ ଆରମ୍ଭ ହେବ ସ୍ମାର୍ଟ ରିଭ୍ୟୁ ସିଷ୍ଟମ୍

ନୂଆଦିଲ୍ଲୀ,୧୯।୮: ଆଇପିଏଲ ୨୦୨୪ ପୂର୍ବରୁ କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଆସିଛି ଭଲ ଖବର। ମ୍ୟାଚ୍‌ ବେଳେ ଏବେ ଟିଭି ଅମ୍ପାୟରଙ୍କ ପାଖରେ ନିଷ୍ପତ୍ତି ନେବା ପାଇଁ ଭଲ ସିଷ୍ଟମ ଉପଲବ୍ଧ ରହିବ, ଯାହାଫଳରେ ଗତ କିଛି ସିଜିନରେ କିଛି ନିଷ୍ପତ୍ତି ଉପରେ ଯେଉଁ ପ୍ରଶ୍ନ ଉଠୁଥିଲା, ତାହା କମ୍ ହୋଇଯିବ। ଆଇପିଏଲ ୨୦୨୪ରେ ଠିକ୍ ନିଷ୍ପତ୍ତି ନେବା ଓ ମ୍ୟାଚ୍ ବେଳେ ଭଲ ଓ ସଠିକ୍ ନିଷ୍ପତ୍ତି ଦେବା ପାଇଁ ସ୍ମାର୍ଟ ରିପ୍ଲେ ସିଷ୍ଟମ ଲାଗୁ ହେବ।

ଇଏସ୍‌ପିଏନ୍‌ କ୍ରିକ୍‌ ଇନଫୋର ରିପୋର୍ଟ ଅନୁସାରେ, ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଆଗାମୀ ସିଜିନରେ ଦ୍ରୁତ, ସଠିକ୍ ନିଷ୍ପତ୍ତି ନେବା ଓ ଏକ ସହଜ ପକ୍ରିୟା ପାଇଁ ସ୍ମାର୍ଟ ରିପ୍ଲେ ଦେଖାଇବ। ରିପୋର୍ଟ ଅନୁସାରେ, ହକ୍-ଆଇର ୮ ହାଇସ୍ପିଡ୍‌ କ୍ୟାମେରା ପୁରା ପଡିଆରେ ରହିବ ଓ ଦୁଇ ହକ୍‌-ଆଇ ଅପରେଟର ଟିଭି ଅମ୍ପାୟର ଥିବା ରୁମ୍‌ରେ ବସିବେ। ନୂଆ ବ୍ୟବସ୍ଥା ଅନୁସାରେ, ଏବେ ଟିଭି ପ୍ରସାରଣ ନିର୍ଦେଶକ ଦେଖାଯିବେନି, ଯିଏକି ଆଇ ଅପରେଟର ଓ ଥାର୍ଡ ଅମ୍ପାୟର ଭିତରେ ଯୋଗାଯୋଗ ରଖିବାର କାମ କରୁଥିଲେ। 

ସ୍ମାର୍ଟ ରିଭ୍ୟୁ ସିଷ୍ଟମ ଆସିବା ଫଳରେ ଟିଭି ଅମ୍ପାୟରଙ୍କୁ ପୂର୍ବ ଅପେକ୍ଷା ଅଧିକ ଭିଜୁଆଲ ମିଳିବ, ଯେଉଁଥିରେ ସ୍ଲିପଟ୍-ସ୍ଲିନ୍‌ ପିକଚର ମଧ୍ୟ ରହିଛି। ଉଦାହରଣ ଭାବରେ ବାଉଣ୍ଡ୍ରି ଲାଇନ୍‌ ପାଖରେ ଥିବା ଫିଲ୍ଡର ମୁଣ୍ଡ ଉପର ବଲ୍‌ ଧରିବା। ଏହି ସମୟରେ ଫିଲ୍ଡରଙ୍କ ଗୋଡ ବାଉଣ୍ଡ୍ରି ଲାଇନ୍‌ରେ ଟଚ୍‌ ହୋଇଛି କି ନାହିଁ, ଯେତେବେଳେ ସେ ବଲ୍‌କୁ ଧରିଲେ, ତାକୁ ସ୍ପଷ୍ଟ ଦେଖିବା ପାଇଁ ଅମ୍ପାୟରଙ୍କ ପାଖରେ ସ୍ଲିପ୍ଟ ସ୍କ୍ରିନ୍ ପିକଚର ରହିବ, ଯାହାଫଳରେ ନିଷ୍ପତ୍ତି ନେବା ସହଜ ହେବ। ପୂର୍ବରୁ ଏହି ଟେକ୍ନୋଲୋଜି ବ୍ରଡକାଷ୍ଟର ପାଇଁ ଉପଲବ୍ଧ ନଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.