ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୨ ପାକିସ୍ତାନୀ ଆତଙ୍କବାଦୀ...

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ ଚେଷ୍ଟା କରୁଛି । ଏହାରି ଭିତରେ ପାକିସ୍ତାନର ଆତଙ୍କବାଦୀ ମାନେ ପୁଣି ଥରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ମାଧ୍ୟମରେ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାରତୀୟ ସୁରକ୍ଷା ବାହିନୀ ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି । ବୁଧବାର ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । 

 ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଗତ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ପ୍ରମୁଖ ସଫଳତା । ସୂଚନା ମୁତାବକ ଏହି ଦୁଇ ଆତଙ୍କବାଦୀ LOC ମାଧ୍ୟମରେ ପୁଞ୍ଚର ମଣ୍ଡି ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟ ମଧ୍ୟରେ ଆତଙ୍କବାଦୀ ମାନେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଥିଲେ । ଭାରତୀୟ ସୈନିକମାନେ ଉଭୟ ଆତଙ୍କବାଦୀଙ୍କୁ ଘଟଣାସ୍ଥଳରେ ହତ୍ୟା କରିଥିଲେ । ଭାରତୀୟ ସେନା ଜଣେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଅନ୍ୟର ମୃତଦେହକୁ ଖୋଜା ଚାଲିଛି । ଆତଙ୍କବାଦୀଙ୍କ ନିକଟରୁ ଗୁଳି ସମେତ ଅନେକ ବିପଜ୍ଜନକ ଅସ୍ତ୍ର ଉଦ୍ଧାର କରାଯାଇଛି । 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.