ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅଭୟାରଣ୍ୟ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, ବଡ଼ରମାରେ ଜାପାନୀ ପ୍ରକଳ୍ପ ‘ସାତୋୟାମା’

ସମ୍ବଲପୁର,୧୩ା୮(ଯଜ୍ଞଦତ୍ତ ଜ୍ୟୋତିଷ): ବଡ଼ରମା (ଉଷାକୋଠୀ) ଅଭୟାରଣ୍ୟ ସୁରକ୍ଷା ପାଇଁ ବାମରା ବନ୍ୟପ୍ରାଣୀ ବନଖଣ୍ଡର ଅଭିନବ ପ୍ରୟାସ । ଜଙ୍ଗଲ, ବନ୍ୟଜନ୍ତୁଙ୍କ ଉପରେ ନିର୍ଭର ନ କରି ପରିବାର ପୋଷିବାକୁ ଆରମ୍ଭ ହୋଇଛି ଜାପାନୀ ପ୍ରକଳ୍ପ ‘ସାତୋୟାମା’ । କ୍ଷୁଦ୍ର ଲାଭଦାୟକ ଚାଷକୁ ପ୍ରୋତ୍ସାହିତ କରି ଲୋକଙ୍କୁ ରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରାଯାଉଛି । ଫଳରେ ସେମାନେ ରୋଜଗାର ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଓ ଜନ୍ତୁଙ୍କ ଉପରେ ନିର୍ଭରଶୀଳ ହେବେ ନାହିଁ । ଜଙ୍ଗଲ ସୁରକ୍ଷିତ ରହିବ । ଜନ୍ତୁ ଅଭୟରେ ଅଭୟାରଣ୍ୟରେ ବୁଲିବେ । ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛି ବଡ଼ରମା ବନାଞ୍ଚଳ । 

ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବଡ଼ରମା (ଉଷାକୋଠୀ) ଅଭୟରଣ୍ୟ ପ୍ରାୟ ୩ ଶହ ବର୍ଗ କିଲୋମିଟରରୁ ଅଧିକ ହେବ । ଏଥିରେ ହାତୀଙ୍କ ସଂଖ୍ୟା ଅଧିକ । କଲରାପତରିଆ ସହ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ଦେଖାଯାଆନ୍ତି । କିନ୍ତୁ ଏହି ଅଭୟାରଣ୍ୟରେ ରହିଛି ୨୭ଟି ରାଜସ୍ୱ ଗାଁ । ଯାହାକି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପାଇଁ ସବୁବେଳେ ବିପଦ ସୃଷ୍ଟି କରିଆସିଛି । ଧୀରେଧୀରେ ଏଠାରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଗଛ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପାଇଁ ବିରାଟ ଜଙ୍ଗଲ ନଷ୍ଟ ହୋଇଥିଲା । ହେଲେ ଏବେ ଏହି ପରିସ୍ଥିତିକୁ ବଦଳାଇବାକୁ ଜାପାନୀ ‘ସାତୋୟାମା’ ପ୍ରକଳ୍ପ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉନ୍ନତ ମାନର ଏରୋମେଟିକ୍‌ ଧାନ, ଦେଶୀ କାଙ୍କଡ, ପନିପରିବା ଚାଷ ସହ ମାଛ ଚାଷ ଓ ମହୁ ଚାଷ କରିବାକୁ ଲୋକଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ଜୈବିକ ସାର ଯୋଗାଇ ଦିଆଯିବା ସହ ଏହାକୁ କିଣିବାକୁ ମାର୍କେଟ ବ୍ୟବସ୍ଥା ମଧ୍ୟ ହୋଇଛି । ଚାଷ କରିବାକୁ ଝରଣାରେ କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଛି । 

ହାତୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ସୋଲାର୍‌ ଫେନସିଂ ଯୋଗାଇ ଦିଆଯାଇଛି । ଏହାସହ ଗାଁରେ ଥିବା ମହିଳାଙ୍କୁ ସିଲେଇ ପ୍ରଶିକ୍ଷଣ ଦେଇ ମେସିନ୍‌ ଯୋଗାଇ ଦେଇଛି ବାମରା ବନ୍ୟପ୍ରାଣୀ ବନଖଣ୍ଡ । ଯାହାକି ନୁନଭେଟ୍‌, କୁତବ, ରେଙ୍ଗୁମୁଣ୍ଡା, ଟନସରା, ଡୁମେରମୁଣ୍ଡା, ପୁଡାହିଡି, ଗଡପାଟି ଏବଂ ପଥୁରିଆ ଗାଁ ଲୋକ ସ୍ୱାବଲମ୍ବୀ ହୋଇଛନ୍ତି । ଏହାକୁ ନେଇ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କହିଛନ୍ତି, ଦିନେ ଯେଉଁ ଜଙ୍ଗଲକୁ ଗ୍ରାମବାସୀ କାଟୁଥିଲେ । ସେମାନେ ଆଜି ଏହାର ସୁରକ୍ଷା କରୁଛନ୍ତି । ଜଙ୍ଗଲ ଜନ୍ତୁ ମାରି ମାଂସ ବିକୁଥିଲେ, ସେମାନେ ତାଙ୍କୁ ଜୀବନକୁ ରକ୍ଷା କରୁଛନ୍ତି । ଜାପାନୀ ପ୍ରକଳ୍ପ ‘ସାତୋୟାମା’ ରୋଜଗାର ଦେବା ସହ ବନ୍ୟଜନ୍ତୁ ସୁରକ୍ଷାରେ ବଡ଼ ଭୂମିକା ଗ୍ରହଣ କରିଛି । ହେଲେ ବଡ଼ରମାରେ ଇକୋ ଟୁରିଜିମ୍‌ ପାଇଁ ହାତୀଙ୍କ ଯାତାୟାତ ବାଧକ ସାଜୁଛି । 

ଡେବ୍ରିଗଡ଼ରେ ହାତୀ ନଥିବାରୁ ସେଠାରେ ଇକୋ ଟୁରିଜିମ୍‌ର ନୂଆ ଅଧ୍ୟାୟ ସୃଷ୍ଟି କରିଛି । କିନ୍ତୁ ବଡ଼ରମା (ଉଷାକୋଠୀ) ଅଭୟରଣ୍ୟ ଏହି ଦୃଷ୍ଟିରୁ ଭିନ୍ନ । ତେଣୁ ବିକଳ୍ପ ଭାବେ ‘ସାତୋୟାମା’ ପନ୍ଥା ଗ୍ରହଣ କରାଯାଇଛି । ଜାପାନୀ ଭାଷାରେ ସାତୋ କହିଲେ ଗାଁ । ୟାମା ଅର୍ଥ ଜଙ୍ଗଲ । ଜଙ୍ଗଲ କ୍ଷୟ ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ ଜାପାନ ସରକାର କ୍ଷୁଦ୍ର ଲାଭଦାୟକ ଚାଷ ପାଇଁ ଜଙ୍ଗଲ ନିକଟବର୍ତ୍ତୀ କିମ୍ବା ଭିତରେ ଥିବା ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ବେଶ ସଫଳ ହୋଇଥିଲା । ଭାରତର ପ୍ରଥମ ସ୍ଥାନ ଭାବେ ବଡରମାରେ ଏହାକୁ ପାଇଲଟ୍‌ ପ୍ରକଳ୍ପ ରୂପେ କାର୍ଯ୍ୟକାରୀ କରିଛି ବାମରା ବନ୍ୟପ୍ରାଣୀ ବନଖଣ୍ଡ । ଅଭୟାରଣ୍ୟ ଭିତରେ ଥିବା ୧୦ଟି ଗାଁରେ ଏହାକୁ ଆରମ୍ଭ କରାଯାଇଛ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.