ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ନେତାଙ୍କୁ ହତ୍ୟା ମାମଲା, ୧୫ ପିଏଫ୍‌ଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍,୩୦।୧: କେରଳରେ ବିଜେପି ନେତାଙ୍କ ହତ୍ୟା ମାମଲାରେ ୪ ବର୍ଷ ପରେ ଆସିଛି ରାୟ। ଏହି ମାମଲାରେ କେରଳର ଏକ ଜିଲ୍ଲା କୋର୍ଟ ପିଏଫ୍‌ଆଇର ୧୫ ଜଣ ସଦସ୍ୟଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।  ଡିସେମ୍ବର ୨୦୨୧ ରେ ଅଲପୁଝା ଜିଲ୍ଲାରେ ବିଜେପିର ଅନ୍ୟ ପଛୁଆ ବର୍ଗ(ଓବିସି) ଶାଖାର ନେତା ରଞ୍ଜିତ ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି ମାଭେଲିକ୍କାରା ଭି.ଜି ଶ୍ରୀଦେବୀ ମଙ୍ଗଳବାର ଦୋଷୀଙ୍କୁ ସଜା ଶୁଣାଇଛନ୍ତି। 

ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫଆଇ ଏବଂ ଏସଡିପିଆଇ ସହ ଜଡିତ ସଦସ୍ୟଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ତଥା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଏବଂ ଏହାର ରାଜନୈତିକ ୱିଙ୍ଗ୍ SDPI ର ସଦସ୍ୟ ଅଟନ୍ତି।   ଅପରାଧୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ବିଜେପି ନେତା ରଞ୍ଜିତଙ୍କୁ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ଝିଅଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ଏହି ହତ୍ୟା ମାମଲାରେ କୋର୍ଟ ଦଣ୍ଡଦେଶ ଘୋଷଣା କରିଛନ୍ତି।  

୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ତଲଓ୍ବାରରେ କାଟି ହତ୍ୟା କରାଯାଇଥିଲା। ରଞ୍ଜିତଙ୍କୁ ହତଶର ଗୋଟିଏ ରାତି ପୂର୍ବରୁ  ଏସଡିପିଆଇର ରାଜ୍ୟ ସଚିବ କେଏସ୍‌ ଶାନ୍‌ଙ୍କ ହତ୍ୟା ହୋଇଥିଲା। ଏହି ହତ୍ୟାର ପ୍ରତିଶୋଧରେ ତାଙ୍କୁ ହତ୍ୟା କରାଯାଇଥିଲା। ବିଜେପି ନେତା ରଞ୍ଜିତ ଶ୍ରୀନିବାସ ପେସାରେ ଜଣେ ଓକିଲ ଥିଲେ। ରଞ୍ଜିତଙ୍କୁ ଏହି ହତ୍ୟା ଘଟଣାରେ ଆଠ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବେ କେରଳର ମାଭେଲିକର ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.