ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୋଲକାତା ହତ୍ୟାକାଣ୍ଡ : ଡାକ୍ତର ସନ୍ଦୀପ ଘୋଷଙ୍କୁ ୧୫ ଦିନ ହେବ ଚାଲିଛି ପଚରାପଚରି

ନୂଆଦିଲ୍ଲୀ : ରହସ୍ୟ ବଢି ବଢି ଚାଲିଛି। ଘଟଣା ପଛର ସତ କଣ ,ଏହା ଜାଣିବାକୁ ଲାଗିପଡ଼ିଛି ସିବିଆଇ। ଘନ ଘନ ଚାଲିଛି ଜେରା । ଆମେ କହୁଛୁ କୋଲକାତା ଆର୍‌ଜି କର୍ ମେଡିକାଲ କଲେଜର କଥା। ଏଠାରେ ଟ୍ରେନି ମହିଳା ଡାକ୍ତରଙ୍କର ହତ୍ୟା ମାମଲାରେ ସିବିଆଇ ଗତ ୧୫ ଦିନ ହେବ ପୂର୍ବତନ ପ୍ରିନ୍ସପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ପଚରାପଚରି କରୁଛି। ତାଙ୍କର ପଲିଗ୍ରାଫି ଟେଷ୍ଟ ମଧ୍ୟ କରାଯାଇଛି। ହେଲେ ଏବେ ସୁଦ୍ଧା ଅନେକ ଗୁଡ଼ିଏ ଏମିତି କଥା ଅଛି , ଯାହାକି ବାହାରକୁ ଆସିବା ବାକି ରହିଛି। ପୀଡିତାଙ୍କର ମାଆ ବାପାଙ୍କୁ ଭୁଲ୍ ତଥ୍ୟ ଦେବାକୁ ନେଇ ମଧ୍ୟ ଡା. ସନ୍ଦୀପ ଘୋଷ ପ୍ରତିଥର ଅଲଗା ଅଲଗା କଥା କହୁଛନ୍ତି। ସିବିଆଇ ଏହା ଜାଣିବାକୁ ଚେଷ୍ଟା କରୁଛି କି , ଅପରାଧ ଘଟିବାର ଅଧ ଘଣ୍ଟା ପରେ କାହିଁକି ପ୍ରିନ୍ସିପାଲଙ୍କୁ ଏହି କଥା ବିଷୟରେ ଅବଗତ କରାଗଲା। 

ଲାଇଭ୍‌ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ଖବର ମୁତାବିକ, ପ୍ରିନ୍ସପାଲଙ୍କୁ ଖବର ଦେବା ପୂର୍ବରୁ ଅଥୋରିଟି ପୀଡ଼ିତାଙ୍କ ମାଆ ବାପାଙ୍କୁ ଫୋନ୍‌ କରିଥିଲା ଏବଂ କହିଥିଲା କି ତାଙ୍କ ଝିଅ ଆତ୍ମହତ୍ୟା କରି ଦେଇଛନ୍ତି। ଏଜେନ୍ସି ଏହା ବି ଜାଣିବାକୁ ଚେଷ୍ଟା କରୁଛି କି ଘୋଷଙ୍କ ସହଯୋଗୀ ସେମିନାର ହଲ୍‌ରେ କେମିତି ପହଞ୍ଚି ଗଲେ , ଯେତେବେଳେ ସେ ଦାବି କରୁଛନ୍ତି କି ତାଙ୍କୁ ଘଟଣା ବିଷୟରେ ଖବର ହିଁ ମିଳି ନଥିଲା। ଏକ ଚ୍ୟାନେଲ ରିପୋର୍ଟ କରିଛି କି, ସନ୍ଦୀପ ଘୋଷଙ୍କୁ ୯ ଅଗଷ୍ଟ ସକାଳ ୧୦.୨୦ ମିନିଟ୍‌ରେ ଦୁଷ୍କର୍ମ ଓ ହତ୍ୟା ବିଷୟରେ ଜଣାପଡ଼ିଲା।  ଅନ୍ୟପଟେ ମହିଳା ଡାକ୍ତରଙ୍କ ମୃତଦେହକୁ ସକାଳ ୯.୩୦ଟାରେ ଦେଖିବାକୁ ମିଳିଥିଲା। 

ସେପଟେ ପୁଲିସକୁ ୧୦ଟା ୧୦ ମିନିଟ୍‌ରେ ସୂଚନା ଦିଆଯାଇ ଥିଲା। ଡାକ୍ତର ସନ୍ଦୀପ ଘୋଷ କହିଛନ୍ତି କି ତାଙ୍କୁ ହସ୍ପିଟାଲ ଅଧ ଘଣ୍ଟାର ବିଳମ୍ୱରେ ଖବର ଦେଇଥିଲା। ଡାକ୍ତର ଘୋଷଙ୍କ ପାଖକୁ ସୁମିତ ରାୟ ତାପାଦାରଙ୍କର ଫୋନ୍‌ ଆସିଥିଲା, ଯିଏ କି ଶ୍ୱାସକ୍ରିୟା ଚିକିତ୍ସା ବିଭାଗର ଆସୋସିଏଟ୍‌ ପ୍ରଫେସର। ସନ୍ଦୀପ ଘୋଷ କହିଛନ୍ତି ଯେ, ସେ ସ୍ନାନ କରୁଥିଲେ , ସେଥିପାଇଁ ଫୋନ୍‌ ଉଠାଇ ପାରି ନଥିଲେ। ଏହାପରେ ଯେବେ କଲ୍‌ ବ୍ୟାକ୍‌ କଲେ ତ ୧୦ ଟା. ୨୦ମିନିଟ୍‌ରେ ତାଙ୍କୁ ଘଟଣା ବିଷୟରେ କୁହାଯାଇ ଥିଲା। ଏହାପରେ ୧୧ଟାରେ ସେ ଅଫିସରେ ପହଞ୍ଚି ଥିଲେ। 

କହି ରଖୁଛୁ କି , ମହିଳା ଡାକ୍ତର ୯ ଅଗଷ୍ଟରେ ସେମିନାର ହଲ୍‌ରେ ରେଷ୍ଟ କରିବାକୁ ଯାଇଥିଲେ ଏବଂ ସେଠାରେ ତାଙ୍କ ସହ ନୃଶଂସ କାମ କରାଯାଇ ଥିଲା । ପୋଷ୍ଟମର୍ଟମରେ ଜଣାପଡ଼ିଥିଲା ଯେ, ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ଥିଲା। ତାଙ୍କୁ ମାରପିଟି କରାଯିବା ସହ ତଣ୍ଟି ଚିପି ଦିଆଯାଇଥିଲା। ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉ ଥିବା ସିଭିକ୍‌ ଭଲେଣ୍ଟିୟର ସଞ୍ଜୟ ରାୟକୁ ଗିରଫ କରାଯାଇଛି। ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.