ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଦୁଷ୍କର୍ମ –ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଶୁକ୍ରବାର କୋର୍ଟରେ ହାଜର କରାଯାଇ ଥିଲା। ତାକୁ ଯେତେବେଳେ ବିଚାରପତିଙ୍କ ସାମନାରେ ଠିଆ କରାଗଲା ସେ ଭାବୁକ ପାଲଟି ଗଲା। ଆଖିରୁ ଲୁହ ବୋହି ଆସିଲା। ଏଥିରେ ସେ ନିଜକୁ ସାବ୍ୟସ୍ତ କରୁଥିଲା କି ସେ ନିର୍ଦ୍ଦୋଷ।
ଉଲ୍ଲେଖନୀୟ ଯେ , କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ସଞ୍ଜୟ ରାୟକୁ କୋଲକାତାର ଏକ କୋର୍ଟରେ ହାଜର କରି ଥିଲା ଏବଂ ଅଭିଯୁକ୍ତ ଓ ସଦିଗ୍ଧର ପଲିଗ୍ରାଫ ଟେଷ୍ଟର ଅନୁମତି ମାଗି ଥିଲା। କହି ରଖୁଛୁ କି , ପଲିଗ୍ରାଫ୍ ଟେଷ୍ଟ ବେଳେ ସଂପୃକ୍ତ ବ୍ୟକ୍ତି ପକ୍ଷରୁ ପ୍ରଶ୍ନର ଉତ୍ତର ଦିଆଯିବା ବେଳେ ଏକ ମେସିନର ସାହାଯ୍ୟ ନିଆଯାଇ ଥାଏ। ଏଥିରେ ତାର ଶାରୀରିକ ପ୍ରତିକ୍ରିୟାକୁ ମପା ଯାଏ ଏବଂ ଏହା ଜଣାପଡ଼େ କି ସେ ସତ କହୁଛି ନା ମିଛ।
ବିଚାରପତି ସଞ୍ଚୟ ରାୟକୁ ପଚାରିଲେ, ସେ ପଲିଗ୍ରାଫ୍ ଟେଷ୍ଟ ପାଇଁ କେମିତି ରାଜି ହୋଇଗଲେ ? ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବିକ , ଏହାର ଦେବା ସମୟରେ ସେ କାନ୍ଦିବାକୁ ଲାଗିଲା ଏବଂ ନିଜେ ନିର୍ଦ୍ଦୋଷ ଥିବା କୋର୍ଟଙ୍କୁ କହିଥିଲା। ରାୟ କହିଥିଲା ଯେ, ସେ ଟେଷ୍ଟ ପାଇଁ ଏଥିପାଇଁ ସହମତି ପ୍ରକାଶ କଲା , କାରଣ ତା ଅନୁସାରେ ସେ ନିର୍ଦ୍ଦୋଷ ।
ରିପୋର୍ଟରେ ସଞ୍ଜୟ ରାୟର କହିବାନୁସାରେ ଦର୍ଶାଯାଇଛି, ମୁଁ କୌଣସି ଅପରାଧ କରି ନାହିଁ। ମୋତେ ଏଥିରେ ଫସାଇ ଦିଆଯାଇଛି। ବୋଧହୁଏ ଏହି ଟେଷ୍ଟରେ ଏହା ସାବ୍ୟସ୍ତ ହୋଇଯିବ। ଏହାପରେ କୋର୍ଟ ତାର ପଲିଗ୍ରାଫ୍ ଟେଷ୍ଟ କରାଇବାକୁ ଅନୁମତି ଦେଇଛନ୍ତି। ଏବେ ଖବର କି, ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ଆଉ ୬ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ ଶନିବାର ଆରମ୍ଭ ହୋଇଛି।
ଉଲ୍ଲେଖନୀୟ ଯେ, ସିବିଆଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିଛି ସ୍ଥାନୀୟ ପୁଲିସ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ –ହତ୍ୟା ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା। ସିବିଆଇ ଯାଞ୍ଚ ଦାୟିତ୍ୱକୁ ନିଜ ହାତକୁ ନେବା ପୂର୍ବରୁ ଅପରାଧ ସ୍ଥଳକୁ ଏପଟସେପଟ କରାଯାଇସାରି ଥିଲା। ଦୁଷ୍କର୍ମ- ହତ୍ୟା ବିରୋଧରେ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେଉଛି। କୋଲକାତାର ସରକାରୀ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୯ ଅଗଷ୍ଟରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ସେଥିରେ ଗୁରୁତର କ୍ଷତ ଚିହ୍ନ ସବୁ ଥିଲା । ଉକ୍ତ ଘଟଣାରେ ତାପର ଦିନ ସଞ୍ଜୟ ରାୟକୁ ଗିରଫ କରାଯାଇ ଥିଲା।