ଭୁବନେଶ୍ଵର, ୧୩/୦୯ : ପୁରୀ ବେଳାଭୂମିରେ ବିକ୍ରି ହେବନି ମଦ। ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ବିରୋଧ ପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର।
ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ପୁରୀ ପୌରାଞ୍ଚଳରେ ସମୁଦ୍ର ବେଳାଭୂମିରେ ମଦ ଦୋକାନ ଖୋଲିବନି। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ସେହିପରି ରାଜ୍ୟର ଅନ୍ୟ ଧର୍ମିକ ଅନୁଷ୍ଠାନର ୫ କି.ମି ପରିଧିରେ ଖୋଲିବନି ମଦ ଦୋକାନ।