ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହନୁମାନ ମନ୍ଦିରରୁ ଲୁଟ୍, ସୁନା ଅଳଙ୍କାର ଓ ରୂପା ଗଦା ଚୋରି କରିନେଲେ ଦୁର୍ବୃତ୍ତ

ବୌଦ୍ଧ, ୨୯/୦୧ : ବୌଦ୍ଧ ସହର ସ୍ଥିତ ସିଦ୍ଧ ହନୁମାନ ମନ୍ଦିରରୁ ଚୋରି। ମନ୍ଦିରର ତାଲା ଭାଙ୍ଗି ଟଙ୍କା, ସୁନା ଓ ରୂପା ଗଦା ଲୁଟିନେଲେ ଦୁର୍ବୃତ୍ତ। ରବିବାର ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ସୂଚନା ଅନୁଯାୟୀ, ସୋମବାର ସକାଳୁ କିଛି ଲୋକ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ସମୟ ମନ୍ଦିର ତାଲା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଏନେଇ ମନ୍ଦିରର ପୂଜାରୀ ବିଭୁତି ଭୂଷଣ ପାଢ଼ୀଙ୍କୁ ଖବର ଦେଇଥିଲେ। ପୂଜାରୀ ମଧ୍ୟ ମନ୍ଦିରକୁ ଆସି ଚୋରି ହୋଇଥିବା ଦେଖିଥିଲେ। ମନ୍ଦିର କମିଟି ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.