ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟେଲର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ଶୋଇଥିବା ବେଳେ ଅଣନିଶ୍ବାସୀ ହୋଇ ଗୋଟିଏ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ

ମୁମ୍ବାଇ,୩।୪: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜି ନଗରରେ ବଡ ଧରଣର ଦୁର୍ଘଟଣା। ଏକ ସିଇେଲ ଦୋକାନଳରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଉପର ମହଲାରେ ଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଅଗ୍ନିକାଣ୍ଡ କାରଣରୁ ବାହାରିଥିବା ଧୂଆଁ କାରଣରୁ ପୁରା ପରିବାରୂ ସଦସ୍ୟଙ୍କ ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଛି।ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ନିଆଁ ଲାଗିବାର କାରଣ ଜଣାପଡିନି। ସିଲେଇ ଦୋକାନଟି ଅନ୍ୟ କମର୍ସିଲ ଦୋକାନ ସହିତ ବିଲ୍ଡିଂର ତଳେ ଥିଲା, ଏହା ଉପର ମହଲାରେ ଲୋକମାନେ ରହୁଥିଲେ।

ପୋଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ତଦନ୍ତ ପରେ ଦାନା ବଜାର ସ୍ଥିତ ଦୋକାନରେ ଭୋର ୪ଟା ବେଳେ ନିଆଁ ଲାଗିଥିଲା। ଭୀଷଣ ନିଆଁ କାରଣରୁ ଦୁଇ ଶିଶୁଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କମିଶନର ଲୋହିଆ ସାମ୍ବାଦିକଙ୍କୁ କହିଛନ୍ତି, ଦୋକାନରେ ଭୋର ପ୍ରାୟ ୪ଟା ବେଳେ ନିଆଁ ଲାଗିଯାଇଥିଲା। ପୋଲିସକୁ ଘଟଣା ସମ୍ପର୍କରେ ସକାଳ ସାଢେ ୪ଟା ବେଳେ ସୂଚନା ମିଳିଥିଲା। ନିଆଁ ଲାଗିବା ପରେ ଏହାର ଧୂଆଁ ପ୍ରଥମ ମହଲାରେ ପହଁଞ୍ଚିଥିଲା, ସେଠାରେ ଦୋକାନର ଉପରେ ଥିବା ଏକ ପରିବାର ରହୁଥିଲା। ଅଣନିଶ୍ବାସୀ ହେବା ଯୋଗୁଁ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି । 

ମୃତକଙ୍କ ଭିତରେ ତିନି ମହିଳା, ଦୁଇ ପୁରୁଷ ଓ ଦୁଇଟି ଶିଶୁ ରହୁଥିଲେ। ସେ କହିଛନ୍ତି, ନିଆଁ ଲାଗିବାର ପ୍ରକୃତ କାରଣ ଯାଞ୍ଚ ପରେ ଜଣାପଡିପାରିବ। ମୃତକମାନେ ହେଲେ ହାମିଦା ବେଗମ୍(୫୦) ତାଙ୍କର ଦୁଇ ପୁଅ ଓ୍ବାସିମ୍ (୩୦) ଓ ସୋହେଲ ଶେଖ୍ (୨୭)। ଦୁହିଁଙ୍କର ପତ୍ନୀ  ତନବୀର ଶେଖ୍‌(୨୫) ଏବଂ ରେଶମା (୨୩)। ସବୁଠାରୁ ଦୁଃଖଦ କଥା ହେଉଛି ଅଗ୍ନିକାଣରେ ପରିବାର ଦୁଇ ଶିଶୁଙ୍କର ମଧ୍ୟ ମୃତ୍ୟହୋଇଛି। ସେମାନଙ୍କ ବୟସ ୫ ବର୍ଷରୁ କମ୍ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.