ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ମହେଶ ବେହେରା

ଭୁବନେଶ୍ବର,୧/୪ :   ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ)ର ଅଧିକାରୀ ମହେଶ କୁମାର ବେହେରା ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁରଠାରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ଭାରତୀୟ ରେଳବାଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ତିନି ଦଶନ୍ଧି ଧରି ବିସ୍ତୃତ ଓ ସମୃଦ୍ଧ ଅଭିଜ୍ଞତା ହାସଲ କରିଛନ୍ତି ।

ଶ୍ରୀ ବେହେରା ରେଳାବାଇରେ ତାଙ୍କର ସେବା ମଧ୍ୟରେ ପୂର୍ବତଟ ରେଳପଥରେ ଚିଫ୍ ବ୍ରିଜ୍ ଇଞ୍ଜିନିୟର ଏବଂ ଚିଫ୍ ଇଞ୍ଜିନିୟର (ବ୍ରିଜ୍ ପୁନର୍ବାସ) ଭଳି ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ। ଉଲ୍ଲେଖନୀୟ ଭୂମିକାରେ ସେ ରାଇଟ୍ସ, ଭୁବନେଶ୍ୱରରେ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଏବଂ ପାଟନା ଏବଂ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜ୍ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଅନ୍ତର୍ଭୁକ୍ତ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଗୁଡିକ ମଧ୍ୟରେ ସେ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ), ପୂର୍ବତଟ ରେଳପଥର ଉପମୁଖ୍ୟ ସତର୍କତା ଅଧିକାରୀ ଏବଂ ପୂର୍ବ ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଇତ୍ୟାଦି ପଦବୀ ଗୁଡିକରେ କାର୍ଯ୍ୟରତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.