ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଥର ବି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପଗଡି, ଭଗବାନ ରାମଙ୍କ ଉଦ୍ଦେଶ୍ୟରେ ସମର୍ପିତ

ନୂଆଦିଲ୍ଲୀ, ୨୬/୦୧ : ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬ ସର୍ବଦା ଚର୍ଚ୍ଚାରେ ଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୁକ୍। ଏଥର ଚର୍ଚ୍ଚାର ବିଷୟ ପାଲଟିଛି ବାନ୍ଧନୀ ଲୁକ୍‌ର ମୋଦିଙ୍କ ଗେରୁଆ ରଙ୍ଗର ପଗଡି। କୁହାଯାଉଛି ଭଗବାନ ରାମଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରଧାନମନ୍ତ୍ରୀଙ୍କ ପଗଡି। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ଗେରୁଆ ରଙ୍ଗର ପଗଡ଼ି ପିନ୍ଧି ଭଗବାନ ରାମଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଭାବ ପ୍ରଦର୍ଶନ କରିଛନ୍ତି। 

ସୂଚନାନୁଯାୟୀ, ପରେଡ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ୱାର ମେମୋରିଆଲରେ ପହଞ୍ଚିଥିଲେ। ସେଠାରେ ସେ ୩ ସେନାର ପ୍ରମୁଖଙ୍କ ସହ ସାକ୍ଷାତ କରିଥିଲେ। ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। 

ଗତ ବର୍ଷ ପ୍ରଧାନମନ୍ତ୍ରୀ ରାଜସ୍ଥାନୀ ପଗଡି ପିନ୍ଧିଥିଲେ। ୨୦୨୨ରେ ଉତ୍ତରାଖଣ୍ଡର କ୍ୟାପ ପିନ୍ଧିଥିଲେ। ଏହା ଉପରେ ବ୍ରହ୍ମକମଳ ଚିତ୍ରିତ ହୋଇଥିଲା। ୨୦୨୧ରେ ଜାମନଗରର ପଗଡି ପିନ୍ଧିଥିଲେ। ୨୦୨୦ରେ କେଶରୀ ରଙ୍ଗର ପଗଡ଼ି ପିନ୍ଧିଥିଲେ। ୨୦୧୯ରେ ନାଲି ଓ ହଳଦୀ ରଙ୍ଗର ପଗଡି ପିନ୍ଧିଥିଲେ। ୨୦୧୭ରେ ଗୋଲାପୀ ପଗଡି ପିନ୍ଧିଥିଲେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.