ନୂଆଦିଲ୍ଲୀ, ୧୬/୧୧ : ବିଶ୍ଵକପ୍ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭୦ ରନ୍ରେ ପରାସ୍ତ କରି ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଭାରତ। ସେମିଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରି ୩୯୭ ରନ୍ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଟିମ୍ ୪୮.୨ ଓଭରରେ ୩୨୭ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା। ଟିମ୍ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ୍ ନେଇଥିଲେ। ସାମିଙ୍କର ଏହି ଚମତ୍କାର ପ୍ରଦର୍ଶନକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ସେ ଏବେ ଟ୍ରେଣ୍ଡିଂରେ ଅଛନ୍ତି।
ମହମ୍ମଦ ସାମିଙ୍କ ଏହି ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ ମୁମ୍ଵାଇ ପୋଲିସକୁ ଟ୍ୟାଗ କରି ସୋସିଆଲ ମିଡିଆ ଏକ୍ସରେ ଏଭଳି ଏକ ପୋଷ୍ଟ ସେୟାର କରିଛି ଯାହା ଭାଇରାଲ୍ ହେବାକୁ ଲାଗିଛି। ମ୍ୟାଚ ପରେ ଦିଲ୍ଲୀ ପୋଲିସ ପୋଷ୍ଟ କରିଛି ଯେ, 'ମୁମ୍ଵାଇ ପୋଲିସ ଆମେ ଆଶା କରୁଛୁ ଯେ, ମହମ୍ମଦ ସାମିଙ୍କ ଆଜିର ଆକ୍ରମଣ ପାଇଁ ତାଙ୍କୁ ଗିରଫ କରିବେ ନାହିଁ।'
ମୁମ୍ଵାଇ ପୋଲିସ ମଧ୍ୟ ଦିଲ୍ଲୀ ପୋଲିସର ଏହି ପୋଷ୍ଟର ତୁରନ୍ତ ରିପ୍ଲାଏ ଦେଇଛି। ମୁମ୍ଵାଇ ପୋଲିସ ଲେଖିଛି ଯେ, 'ଦିଲ୍ଲୀ ପୋଲିସ, ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରି କରିବା ଅଭିଯୋଗରେ ଧାରା ଲଗାଇବାକୁ ଭୁଲି ଯାଇଛନ୍ତି, ଏହା ସହ ଆପଣ ସାଥୀ ଅଭିଯୁକ୍ତଙ୍କ ଲିଷ୍ଟ ଦେଵାକୁ ଭୁଲି ଯାଇଛନ୍ତି।'
You missed pressing charges of stealing innumerable hearts @DelhiPolice and listing a couple of co-accused too😂
— मुंबई पोलीस - Mumbai Police (@MumbaiPolice) November 15, 2023
P.S.: Dear citizens, both the departments know the IPC thoroughly and trust you for a great sense of humour 😊 https://t.co/TDnqHuvTZj
ପ୍ରକାଶ ଥାଉକି, ମୁମ୍ଵାଇ ପୋଲିସ ଏଠାରେ ମ୍ୟାଚର ହିରୋ ବିରାଟ କୋହଲି, ଶ୍ରେୟସ ଅୟର, ଶୁଭମନ ଗିଲ୍, କେଏଲ୍ ରାହୁଲଙ୍କୁ ଈସାରା ଏକି ଏହି ରିପ୍ଲାଏ ଦେଇଛି।