ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଭାରତରେ ପ୍ରବେଶ କଲେ ୫୦୦୦ ରୁ ଅଧିକ ମିଆଁମାର ବିଦ୍ରୋହୀ; ସୀମାରେ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା

  • ରବିବାର ଠାରୁ ମିଆଁମାରରେ ସେନା ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
  • ୪୩ ମିଆଁମାର ଯବାନ ଭାରତର ଦୁଇଟି ଗାଁରେ ନେଇଥିଲେ ଆଶ୍ରୟ 
  • ଦୁଇ ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ଅନୁପ୍ରବେଶ କରିଛନ୍ତି ୫୦୦୦ ମିଆଁମାର ବାସିନ୍ଦା
  • ଗୃହ ମନ୍ତ୍ରାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୧୫/୧୧: ଗୃହଯୁଦ୍ଧ ସହ ସଂଘର୍ଷ କରୁଥିବା ମିଆଁମାରର ପାଞ୍ଚ ହଜାରରୁ ଅଧିକ ବିଦ୍ରୋହୀ ଗତ ଦୁଇ ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ପ୍ରବେଶ କରିଛନ୍ତି। ମିଆଁମାର ସୀମାନ୍ତରେ ଥିବା ଚିନ୍‌ରେ ସେନା ବିଦ୍ରୋହୀ ଗୋଷ୍ଠୀଙ୍କ ଉପରକୁ ଏୟାର ଷ୍ଟ୍ରାଇକ୍ କରି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜି) ଲାଲ୍ ବାୟାକଥାଙ୍ଗା କହିଛନ୍ତି ଯେ ସମସ୍ତେ ପଳାୟନ କରି ମିଆଁମାର ସୀମାନ୍ତରେ ଥିବା ଦୁଇଟି ଭାରତୀୟ ଗାଁରେ ଆଶ୍ରୟ ନେଇଛନ୍ତି। 

ମିଆଁମାର ସେନାର ଜବାନ ବି କରିଛନ୍ତି ଅନୁପ୍ରବେଶ:

ଏହି ଲୋକମାନଙ୍କ ସହିତ ମିଆଁମାର ସେନାର ୪୩ ଜଣ ସୈନିକ ମଧ୍ୟ ପ୍ରବେଶ କରିଥିଲେ। ଏହି ସୈନିକମାନଙ୍କ ମଧ୍ୟରୁ ଅତି କମରେ ୪୦ ଯବାନଙ୍କୁ କିଛି ଘଣ୍ଟା ମଧ୍ୟରେ ଭାରତୀୟ ସେନା ମିଆଁମାର ସେନାକୁ ହସ୍ତାନ୍ତର କରିଛି। ମିଆଁମାରରେ ଜୁଣ୍ଟା ସେନା ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ ସମୟରେ ଏୟାର ଷ୍ଟ୍ରାଇକ୍ ପରେ ଭାରତର କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ମଧ୍ୟ ନୂତନ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ମଙ୍ଗଳବାର ଦିନ ଭାରତ-ମିଆଁମାର ସୀମାରେ ମିଆଁମାରରୁ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ଅଧିକାରୀମାନେ କହିଛନ୍ତି।

ପଢ଼ନ୍ତୁ: ସୁପ୍ରିମ କୋର୍ଟ, ସେବି ଓ ଜେଲ୍‌, ସମସ୍ତେ ଆଶ୍ଚର୍ଯ୍ୟ! ଯେତେବେଳେ ଫାଇଲ୍‌ ଭର୍ତ୍ତି ୧୨୭ଟି ଟ୍ରକ୍‌ ନେଇ ସେବି ଅଫିସ୍‌ ପହଞ୍ଚିଥିଲେ ସୁବ୍ରତ ରାୟ

ନିର୍ବାଚନ ମଧ୍ୟରେ ମିଜୋରାମରେ ହାଇ ଆଲର୍ଟ:

ପ୍ରାୟ ୧୫୦ କିଲୋମିଟରର ସୀମା ପ୍ରାକୃତିକ ଜଟିଳତା ଏବଂ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ। ଆସାମ ରାଇଫଲ୍ସ ଏହି ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ଅଛନ୍ତି। ମିଜୋରାମରେ ମିଆଁମାର ନାଗରିକଙ୍କ ଉପରେ ସ୍ଥାନୀୟ ପ୍ରଶାସନ ଏବଂ ଗୁପ୍ତଚର ସଂସ୍ଥା ନଜର ରଖିଛନ୍ତି। ସମ୍ପ୍ରତି ନିର୍ବାଚନ ହେତୁ ମିଜୋରାମରେ ହାଇ ଆଲର୍ଟ ରହିଛି। ମିଜୋରାମର ରାଜଧାନୀ ଆଇଜୋଲରେ ଆଇଜି ଲାଲ ବାୟାକଥାଙ୍ଗା କହିଛନ୍ତି ଯେ ସେଠାରୁ ଆସିଥିବା ମିଆଁମାରର ପ୍ରାୟ କୋଡ଼ିଏ ଜଣ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। 

ବର୍ତ୍ତମାନ ମିଆଁମାର ସେନା ପକ୍ଷରୁ କୌଣସି ଗତିବିଧି ଦେଖିବାକୁ ମିଳୁ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ଶାନ୍ତି ଅଛି କିନ୍ତୁ ମିଆଁମାରର ସେନା ଏଠାରେ ଏୟାର ଷ୍ଟ୍ରାଇକ୍ କରିବ କି ନାହିଁ ତାହା କୁହାଯାଇପାରିବ ନାହିଁ। ଲାଲ ବାୟାକଥାଙ୍ଗା କହିଛନ୍ତି ଯେ ୪୨ ମିଆଁମାର ସୈନିକ ଯୋଖୱାରରେ ପ୍ରବେଶ କରି ମିଜୋରାମ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ କେନ୍ଦ୍ରୀୟ ଫୋର୍ସ ଆସାମ ରାଇଫଲ୍ସକୁ ହସ୍ତାନ୍ତର କରାଯାଇଥିଲା। ଶେଷରେ, କେନ୍ଦ୍ରୀୟ ଫୋର୍ସ ଏହି ମିଆଁମାର ସୈନିକମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ମିଆଁମାର ସେନାକୁ ହସ୍ତାନ୍ତର କରିଛନ୍ତି। ଅବଶିଷ୍ଟ ସୈନିକମାନଙ୍କୁ ମଧ୍ୟ ପଠାଯିବ। 

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରବିବାର ଠାରୁ ମିଆଁମାର ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଭୟଙ୍କର ସଙ୍ଘର୍ଷ ମଧ୍ୟରେ ପ୍ରାୟ ୨୫୦୦ ରୁ ୫୦୦୦ ଲୋକ ମିଆଁମାରର ଚିନ୍ ରାଜ୍ୟରୁ ଭାରତର ମିଜୋରାମକୁ ପଳାୟନ କରିଛନ୍ତି। ଚମ୍ପାଇ ଡେପୁଟି କମିଶନର ଜେମ୍ସ ଲରିଞ୍ଚାନା ଏହା ନିଶ୍ଚିତ କରି କହିଛନ୍ତି ଯେ ମିଆଁମାରର ଦୁଇ ସୀମାନ୍ତ ସାମରିକ ବେସ, ରିଖଣ୍ଡୱର ଏବଂ ଖାମାୱି ମିଆଁମାର ବିଦ୍ରୋହୀଙ୍କ ଦ୍ବାରା ଆକ୍ରମଣରେ ନଷ୍ଟ ହୋଇଛି।

You can also read: ଉତ୍ତରକାଶୀ ଟନେଲ୍‌ରେ ଫସିଥିବା ଶ୍ରମିକଙ୍କ ବିଗୁଡ଼ୁଛି ସ୍ଵାସ୍ଥ୍ୟ, ବୁଧବାର ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ



Copyright © 2022 - Summa Real Media Private Limited. All Rights Reserved.