ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକରୁ ଖସିପଡି ବୃଦ୍ଧଙ୍କ ମୃତ୍ୟୁ

ଫିରିଙ୍ଗିଆ,୨/୪ ଫିରିଙ୍ଗିଆ ସାପ୍ତାହିକ ବଜାରକୁ ପୁଅ ସହ  ଆସୁଥିବା ବେଳେ ବାଇକରୁ ଖସିପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି I  ମୃତକ  ଜଣକ ଗୋପୀଙ୍ଗିଆ ଗାଁର ନରତି କହଁର I 

 ବୃଦ୍ଧ ଜଣକ ତାଙ୍କ ପୁଅ ଚକ୍ରପାଣିଙ୍କ ସହ ଏକ ବାଇକରେ ଫିରିଙ୍ଗିଆ ସାପ୍ତାହିକ ବଜାରକୁ ଆସୁଥିଲେ।  ଗୋପୀଙ୍ଗିଆ ଠାରୁ ସାସୀପଦର ରାସ୍ତାର ଗୋପୀଙ୍ଗିଆ ଡ୍ୟାମ ନିକଟରେ ଅସାବଧାନତା ବଶତଃ ବାଇକରୁ ଖସିପଡ଼ିଥିଲେ I ପୁଅ ତୁରନ୍ତ ତାଙ୍କୁ ଏକା ଅଟୋ ସାହାଯ୍ୟରେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏଏସଆଇ ଶ୍ରୀକାନ୍ତ ପାତ୍ର ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି I ଏନେଇ  ଫିରିଙ୍ଗିଆ ଥାନାରେ  ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା  ଥାନା ଅଧିକାରୀ ସୂଚନା ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.