ହରଭଙ୍ଗା, ୧୮।୯ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଚଢାଉ କରିଛି। ସେଠାରୁ ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦ ପ୍ୟାକେଟ ସିଗାରେଟ ସହ ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ କରିଛି l ଜଣେ ନିଶା ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ । ଅଭିଯୁକ୍ତ ଜଣକ ହେଲେ ଅବସର ପ୍ରାପ୍ତ କର୍ପୋରେସନ କର୍ମଚାରୀ ସନାତନ ପ୍ରଧାନ । ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ ହଜାର ହେବ । ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ର ରୁ ଖବର ପାଇ ଏସଟିଏଫ ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମର ସନାତନ ପ୍ରଧାନଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବ୍ୟାପକ ନିଶା ଦ୍ରବ୍ୟ ସହ ଚମଡା ଓ ଦାନ୍ତ ଜବତ କରିଛି ।

ଜନ୍ମଦିନ ଉପହାର ପଠାଇଲେ ବଲିଉଡ୍ ଷ୍ଟାର ସୁନୀଲ ସେଟ୍ଟ...