ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଉପରେ ପ୍ରତିବନ୍ଧକ, ହାଇକୋର୍ଟ କହିଲେ ତୁରନ୍ତ...

ନୂଆଦିଲ୍ଲୀ: ପାକିସ୍ତାନରେ ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ମାଇକ୍ରୋ ବ୍ଲଗିଂ ସାଇଟ୍ X (ପୂର୍ବରୁ ଟ୍ୱିଟର)କୁ ବ୍ଲକ କରାଯାଇଛି । 'X' କୁ ବ୍ଲକ କରିବା ପଛର କାରଣ ଜାତୀୟ ସୁରକ୍ଷା ବୋଲି ଦର୍ଶା ଯାଇଛି । ତେବେ ପାକିସ୍ତାନର ସିନ୍ଧ ହାଇକୋର୍ଟ ସରକାରଙ୍କୁ ଏକ୍ସ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ରଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀଏକ ସପ୍ତାହ ମଧ୍ୟରେ ପାକିସ୍ତାନ ସରକାର ଏହାର ପ୍ରତିବନ୍ଧକ ହଟାଇବାକୁ କୋର୍ଟ କହିଛନ୍ତି ।

ପୂର୍ବରୁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କୋର୍ଟଙ୍କୁ ସୂଚନା ଦେଇଥିଲା ଯେଏହା ‘X’ କୁ ବାରଣ କରିବାକୁ ପଡିବକାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ସରକାରଙ୍କ ଆଇନଗତ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛି'। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କହିଥିଲା ପାକିସ୍ତାନ ସରକାର ।

ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସିନ୍ଧ ହାଇକୋର୍ଟ ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତିନଚେତ୍ ସେମାନେ ପରବର୍ତ୍ତୀ ତାରିଖରେ ଉପଯୁକ୍ତ ଆଦେଶ ଦେବେ ବୋଲି ଉପରେ ସରକାରଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିଥିବା ଓକିଲ ମୋଇଜ ଜାଫ୍ରି AFP କୁ କହିଛନ୍ତି।

ରଏଟର୍ସ ରିପୋର୍ଟ ଅନୁଯାୟୀଫେବୃଆରୀ ମଧ୍ୟଭାଗରୁ ପାକିସ୍ତାନରେ ଏହାର ବ୍ୟବହାରରେ ସମସ୍ୟା ଉପୁଜିଥିବା ବ୍ୟବହାରକାରୀ ମାନେ ଅଭିଯୋଗ କରିଥିଲେକିନ୍ତୁ ସରକାର ଏ ସମ୍ପର୍କରେ କୌଣସି ପ୍ରକାରର ସରକାରୀ ଘୋଷଣା କରିନାହାଁନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.