ଧଉଳି,୨୧/୮ : ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତରେ ଜଳିଯାଇଛି ଶାନ୍ତିସ୍ତୂପର ଅଗ୍ରଭାଗରେ ଲାଗିଥିବା ସାଙ୍କେତିକ ଲାଲରଙ୍ଗର ଲାଇଟ୍ (ଆଲୋକ) । ବଜ୍ରପାତର ଶବ୍ଦ ଅତି ପ୍ରଚଣ୍ଡ ଥିଲା । ବଜ୍ରପାତ ପରେ ପରେ ଶାନ୍ତିସ୍ତୂପ ପରିବେଶ ହୋଇଥିଲା ଧୂଆଁମୟ । ବାହାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପର୍ଯ୍ୟଟକମାନେ ଏଣେ ତେଣେ ଦୌଡ଼ିଥିଲେ । ବଜ୍ରପାତ ଯୋଗୁ କିଛି ଆଲୋକ ଗୁଡିକ ନଷ୍ଟ ହୋଇଯାଇଥିବା କୁହାଯାଉଛି ।
ଶାନ୍ତିସ୍ତୂପର କ’ଣ କ୍ଷତି ଘଟିଛି ଜଣାପଡିନାହିଁ । ଉଲ୍ଲେଖନୀୟ ଶାନ୍ତିସ୍ତୂପରେ ଲାଗିଥିବା ବଜ୍ରପାତ ନିରୋଧକ କାମ କରୁନାହିଁ । ଯେଉଁଥି ପାଇଁ ଶାନ୍ତିସ୍ତୂପରେ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।