ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରୋଗିଣା କରିପାରେ ତକିଆ, ଜାଣନ୍ତୁ କେତେ ଦିନରେ ବଦଳାଇବା ଜରୁରୀ

ନୂଆଦିଲ୍ଲୀ ୨୫/୦୫: ତକିଆ ପ୍ରତି କରୁଥିବା ଅବହେଳାରୁ ବଞ୍ଚିବା ଦରକାର। କାରଣ ସେଥିରେ ଅନେକ ଗୁଡିଏ ବ୍ୟାକ୍ଚେରିଆ ଜନ୍ମ ନେଇଥାନ୍ତି, ଯାହା ଅପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏଥିପାଇଁ ଏହାକୁ ସଫା ରଖିବା ଆବଶ୍ୟକ। 

ସ୍ୱାସ୍ଥ୍ୟବାନ୍ ରହିବାପାଇଁ ନିଜ ବିଛଣାକୁ ସଫା ରଖିବା ଆବଶ୍ୟକ। ବିଛଣାରେ ଅଧିକ ମୁଖ୍ୟ ହେଉଛି ତକିଆ, ଯାହା ବିନା ଅନେକଙ୍କୁ ନିଦ ହୋଇନଥାଏ। ବାରମ୍ୱାର ତକିଆ ବ୍ୟବହାର କରୁଥିଲେ , ଏହାକୁ ପରିଷ୍କାର ମଧ୍ୟ ରଖିବାକୁ ହୁଏ। କାରଣ ଏଥିପାଇଁ ବହୁ ରୋଗ ହୋଇପାରେ। କିଛି ଲୋକ ତକିଆର ଖୋଳ ବଦଳାଇ ବ୍ୟବହାର କରିଥାନ୍ତି, ଯାହାକି ଠିକ୍ ନୁହେଁ। ତକିଆ ନରମ ହୋଇଥିବାରୁ ବହୁତ ପ୍ରକାରର ସଂକ୍ରମଣ ହୋଇପାରେ । ସେଥିପାଇଁ ଏହାକୁ ଠିକ୍ ସମୟରେ ବଦଳାଇବା ଆବଶ୍ୟକ। ଜାଣନ୍ତୁ ଏହାକୁ ବଦଳାଇବାର ସଠିକ୍ ସମୟ ଏବଂ ଏଥିରୁ ହେଉଥିବା ସମସ୍ୟା। 

ଯେବେ ଆମେ କୌଣସି ତକିଆକୁ ବ୍ୟବହାର କରିଥାଉ, ଏହାର ମାଇକ୍ରୋବ୍ସ ନିଃଶ୍ୱାସ ଜରିଆରେ ଆମ ଶରୀରରେ ପହଞ୍ଚି ଇମ୍ୟୁନିଟିକୁ ଦୁର୍ବଳ କରିଥାଏ ଏବଂ ଆମେ ଅନେକ ରୋଗର ଶିକାର ହୋଇଥାଉ। 

ତ୍ୱଚାରେ ବାରମ୍ୱାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ହୋଇପାରେ। ଅଧିକ ସମୟ ପାଇଁ ଗୋଟିଏ ତକିଆ ବ୍ୟବହାର କରିଲେ, ଏହାର ଆକାର ବଦଳିଯାଇଥାଏ। ଏହା ଭିତରେ ଥିବା ଫାଇବର୍ ଦ୍ୱାରା ଅନେକ ସମସ୍ୟା ହୋଇପାରେ। 

ବାରମ୍ୱାର ଥଣ୍ଡା, ଜ୍ୱର, କାଶ ଏବଂ ଫେସ୍ ଆଲର୍ଜିର ସମସ୍ୟା ତକିଆ ଠାରୁ ହୋଇପାରେ। ଫ୍ଲୁ ଏବଂ ଭାୟରାଲ୍ ମଧ୍ୟ ତକିଆର  ବ୍ୟବହାର ଦ୍ୱାରା ହୋଇଥାଏ। ଏହି ସମୟରେ ନିଃଶ୍ୱାସ, ନାକରୁ ବାହାରୁଥିବା ପାଣି ଏବଂ ଶୋଇବା ସମୟରେ ପାଟିରୁ ବାହାରୁଥିବା ଲାଳ ତକିଆରେ ପଡିଥାଏ। ଯାହା ପରେ ସମସ୍ୟାର କାରଣ ହୋଇଥାଏ। 

ଯଦି ଆପଣ ଦୈନିକ ଗୋଟିଏ ତକିଆର ବ୍ୟବହାର କରୁଛନ୍ତି, କେବେ ଏହାକୁ ୧୦ରୁ ୧୨ ବର୍ଷପରେ ବଦଳାଇ ନେବା ଉଚିତ୍। ଏହାଛଡା ଯଦି ତକିଆର ତୁଳାରେ ଗଣ୍ଠି ପଡିବା ଆରମ୍ଭ ହେଲାଣି, ତାହେଲେ ଏହାକୁ ବଦଳାଇ ନିଅନ୍ତୁ। ତକିଆକୁ ଅଧାରୁ ଫୋଲ୍ଡ କରି ଅଧମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ,ଯଦି ଏହା ସିଧା ନ ହୁଏ ତାହେଲେ ଏହାକୁ ବଦଳାଇବାର ସମୟ ହୋଇଯାଇଛି। ସବୁ ସପ୍ତାହରେ ତକିଆର ଖୋଳ ସଫାକରନ୍ତୁ ଏବଂ ଏକ ସୀମିତ ବ୍ୟବଧାନରେ ଏହାକୁ ସଫାକରି ଖରାରେ ସୁଖାନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.