ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟଙ୍କା ବିନା ଚାଲିପାରିବ ନାହିଁ କୌଣସି ଦଳ, ଇଲେକ୍ଟୋରାଲ୍ ବଣ୍ଡ୍‌ ଆଣିବା ପଛରେ ଥିଲା ଭଲ ଉଦ୍ଦେଶ୍ୟ: ନୀତିନ ଗଡକରୀ

Image Courtesy: business-standard

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍‌ ସଂପର୍କରେ ନୀତିନ ଗଡକରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇଲେକ୍ଟୋରାଲ୍‌ ବଣ୍ଡ ଆଣିବା ପଛରେ ଆମର ଭଲ ଉଦ୍ଦେଶ୍ୟ ଥିଲା ବୋଲି ଗଡକରୀ କହିଛନ୍ତି । ସେ କହିଛନ୍ତି ଯେ, ବିନା ଅର୍ଥରେ ରାଜନୈତିକ ଦଳ ଚଳାଇବା କଷ୍ଟସାଧ୍ୟ । ୨୦୨୭ରେ  ସରକାର ଭଲ ଉଦ୍ଦେଶ୍ୟରେ ନିର୍ବାଚନୀ ବଣ୍ଡର ଆରମ୍ଭ କରିଥିଲେ । ହେଲେ ଏହାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି । 

 ଗାନ୍ଧୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ଯଦି ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟ ଅନ୍ୟ କୌଣସି ରାୟ ଦିଅନ୍ତି ତେବେ ସବୁ ରାଜନୈତିକ ଦଳଗୁଡ଼ିକୁ ଏକାଠି ବସି ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଛି । ଯେବେ ଅରୁଣ ଜେଟଲୀ ମନ୍ତ୍ରୀ ଥିଲେ ସେଦିନ ବୈଠକରେ ସେ ସାମିଲ ଥିଲେ ବୋଲି କହିଛନ୍ତି । କୌଣସି ଦଳ ଅର୍ଥ ବିନା ଚାଲିପାରିବ ନାହିଁ । କେତେକ ଦେଶର ସରକାର ରାଜନୈତିକ ଦଳଗୁଡ଼ିକୁ ଫଣ୍ଡ ଦିଅନ୍ତି । ଭାରତରେ ଏମିତି କୌଣସି ବ୍ୟବସ୍ଥା ନାହିଁ ବୋଲି ଗଡକରୀ କହିଛନ୍ତି । 

ନିର୍ବାଚନୀ ବଣ୍ଡକୁ ନେଇ ଏକ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକୁ ଆର୍ଥିକ ଦୃଷ୍ଟିକୋଣରୁ ଆମେ ମଜଭୁତ କରିବାକୁ ଚେଷ୍ଟା କରିଥିଲୁ । ନିର୍ବାଚନୀ ବଣ୍ଡ ମାଧ୍ୟମରେ ପଲିଟିକାଲ ପାର୍ଟିଗୁଡ଼ିକୁ ସିଧାସଳଖ ଟଙ୍କା ମିଳିବ କିନ୍ତୁ ଏହି ଅର୍ଥ କିଏ ଦେଇଛନ୍ତି ସେସଂପର୍କରେ ଜଣାପଡ଼ିବ ନାହିଁ । ଏହାର କାରଣ ହେଉଛି ଯଦି ଶାସକ ଦଳ ବପରିବର୍ତ୍ତନ ହୁଏ ତେବେ କୌଣସି ସମସ୍ୟା ଉପୁଜିବ ନାହିଁ ।

 ରାଜନୈତିକ ଦଳଗୁଡ଼ିକୁ ନିଜ ନିଜର କାର୍ଯ୍ୟ କରିବାକୁ ଅର୍ଥର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ, ପାରଦର୍ଶିତା ଆଣିବା ଲାଗି ଆମେ ଏହି ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ଆଣିଥିଲୁ । ଭଲ ଉଦ୍ଦେଶ୍ୟ ନେଇ ଆମେ ଇଲେକ୍ଟୋରାଲ୍‌ ବଣ୍ଡ ଆଣିଥିଲୁ ।  ଯଦି ଏଥିରେ କିଛି ତ୍ରୁଟି ଜଣାପଡ଼େ ଏବଂ ଏହାକୁ ସୁଧାରିବାକୁ ସୁପ୍ରିମକୋର୍ଟ କୁହନ୍ତି ତେବେ ସବୁ ରାଜନୈତିକ ଦଳ ଏକାଠି ବସି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ନୀତିନ ଗଡକରୀ କହିଛନ୍ତି । ସେପଟେ ନିକଟରେ ଇଲେକ୍ଟୋର ବଣ୍ଡ୍‌କୁ ସୁପ୍ରିକୋର୍ଟ ଅସାମ୍ବିଧାନିକ ଏବଂ ବେଆଇନ୍‌ ବୋଲି କହି ରଦ୍ଦ କରିଦେଇଛନ୍ତି । 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.