ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟର୍ବୁଲାନ୍ସରେ ଫସିଲା ଡବ୍‌ଲିନ୍‌ ଯାଉଥିବା କତାର ଏୟାରଓ୍ବେଜ; ୧୨ ଜଣ ଆହତ

image source: ABC News

ନୂଆଦିଲ୍ଲୀ,୨୬/୦୫: ଦୋହାରୁ ଆୟର୍ଲାଣ୍ଡ ଅଭିମୁଖେ ଯାଉ‌ଥିବା କତାର ଏୟାରୱେଜ୍ ବିମାନରେ ଟର୍ବୁଲାନ୍ସ ଯୋଗୁ ୧୨ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଅଛନ୍ତି। ଡବଲିନ୍ ବିମାନବନ୍ଦର ପକ୍ଷରୁ ରଏଟର୍ସ ଏହି ସୂଚନା ଦେଇଛି। କତାର ଏୟାରୱେଜ୍ ବିମାନ QR017 ବୋଇଙ୍ଗ 787 ଡ୍ରିମଲିନର୍ ବିମାନ ବନ୍ଦରରେ ଦିନ ୧ ଟା ପୂର୍ବରୁ ଅବତରଣ କରିଥିଲା। ଡବଲିନ୍ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଅବତରଣ କରିବା ପରେ ବିମାନ ବନ୍ଦରରେ ପୋଲିସ ଏବଂ ଆମର ଅଗ୍ନିଶମ ବିଭାଗ ସମେତ ଜରୁରୀକାଳୀନ ସେବା ଯୋଗ ଦିଆଯାଇଥିଲା। ତୁର୍କୀ ଆକାଶରେ ଉଡ଼ଣ ଭରିବା ସମୟରେ ବିମାନଟି ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ଏଥିରେ ଥିବା ୬ ଜଣ ଯାତ୍ରୀ ଏବଂ ୬ ଜଣ କର୍ମଚାରୀ [ମୋଟ ୧୨ଜଣ] ଆହତ ହୋଇଥିବା ସୂଚନା ମିଳିଛି।

ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ପାଞ୍ଚ ଦିନ ପୂର୍ବେ ଏହି ପରି ଟର୍ବୁଲାନ୍ସର ସମ୍ମୁଖିନ ହୋଇଥିଲା। ଏଥିରେ ବିମାନଟି ମାତ୍ର ପାଞ୍ଚ ମିନିଟରେ ୬ ହଜାର ଫୁଟ ତଳକୁ ଖସି ଯାଇଥିଲା। ଏହି ଘଟଣାରେ ଜଣେ ୭୩ ବର୍ଷିୟ ବ୍ରିଟିଶ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ଏପି ରିପୋର୍ଟ ଅନୁଯାୟୀ, ବିମାନରେ ଅତି କମରେ ୨୨ ଜଣ ଯାତ୍ରୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବାବେଳେ ଦୁଇ ବର୍ଷର ଶିଶୁ ସମେତ ଅନ୍ୟ ୬ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଶନିବାର ଦିନ ବ୍ୟାଙ୍କକକ୍‌ରେ ଥିବା ଏକ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ସିଙ୍ଗାପୁର ଏୟାରଲାଇନ୍ସର ବିମାନରେ ଥିବା ୪୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନ ସୁରକ୍ଷା ବିଶେଷଜ୍ଞ ଜନ୍ ଗୋଗଲିୟା ବ୍ଲୁମବର୍ଗଙ୍କୁ କହିଛନ୍ତି, “ଲୋକମାନେ ଚିନ୍ତିତ ହେବାର କାରଣ ଅଛି, କାରଣ କିଛି ନ୍ୟୁଜ୍ ପ୍ଲାଟଫର୍ମ ଦ୍ୱାରା ରିପୋର୍ଟ ଦ୍ୱାରା ଏହି ଚିନ୍ତା ବେଶି ବଢ଼ିଯାଇଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.