ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସୋମବାର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ, ଓ୍ବାୟନାଡ଼ କି ରାୟବରେଲୀ ?

ନୂଆଦିଲ୍ଲୀ, ୧୫/୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନିଷ୍ପତ୍ତି ନେବେ କି ସେ ଓ୍ବାୟନାଡ଼ ରଖିବେ କି ରାୟବରେଲୀ । ସେ ଦୁଇଟି ସ୍ଥାନରେ ଜିତି ଲୋକସଭାରେ ପହଞ୍ଚିଛନ୍ତି । କଂଗ୍ରେସ ସୂତ୍ରରୁ କୁହାଯାଇଛି କି ରାହୁଲ ଗାନ୍ଧୀ ସୋମବାର ନିଜ ନିଷ୍ପତ୍ତି ନେଇ ସୂଚନା ଦେବେ‌ । ରାହୁଲ ଗାନ୍ଧୀ ଉଭୟ ସିଟରେ ବହୁ ମତରେ ବିଜୟୀ ଲାଭ କରିଛନ୍ତି ।

ରାହୁଲ ଗାନ୍ଧୀ ଓ୍ବାୟନାଡ଼ରୁ ଲୋକସଭା ସଦସ୍ୟ ଥିଲେ । ଲୋକସଭା ନିର୍ବାଚନ ୨୦୨୪ରେ ଏହି ସିଟରୁ ନିର୍ବାଚନ ଲଢି ସେ ପୁଣି ଥରେ ଜିତିଛନ୍ତି । ରାହୁଲ ଗାନ୍ଧୀ ରାୟବରେଲୀ ସିଟରୁ ବି ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି ଏବଂ ବିଜୟ ହାସଲ କରିଛନ୍ତି । ଏହି ସିଟକୁ ଗାନ୍ଧୀ ପରିବାରର ପାରମ୍ପରିକ ସିଟ୍ ବୋଲି କୁହାଯାଏ ।

ଶେଷ ଥର ଏହି ସିଟରୁ ତାଙ୍କ ମା’ ସୋନିଆ ଗାନ୍ଧୀ ପ୍ରତିଯୋଗିତା କରିଥିଲେ । ସୋନିଆ ଗାନ୍ଧୀ ଏହି ସିଟରୁ ନିର୍ବାଚନ ଲଢି ନାହାନ୍ତି ସେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ରାହୁଲ ଗାନ୍ଧୀ ବୁଧବାର ନିଜ ନିର୍ବାଚନ ଅଞ୍ଚଳରେ ମତଦାତାଙ୍କୁ ଧନ୍ୟବାଦ ଦେବାକୁ ପହଞ୍ଚିଥିଲେ । ସେଠାରେ ସେ କହିଥିଲେ କି ସେ ଚିନ୍ତାରେ ପଡ଼ି ଯାଇଛନ୍ତି କି କେଉଁ ସିଟ ରଖିବେ ଏବଂ କେଉଁ ସିଟ୍ ଛାଡ଼ିବେ । ସେ କହିଥିଲେ କି ସେ ଯାହା ବି ନିଷ୍ପତ୍ତି ନେବେ‌ ସେଥିରେ ସମସ୍ତେ ଖୁସି ହେବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.