ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...

ପୁରୀ,୨୪/୦୫: ଗୁରୁବାର ଭୋଇ ସର୍ଦ୍ଦାର ରବି ଭୋଇ ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କରିଛନ୍ତି । ତୁମ୍ବ ସହିତ ଅର ସଂଯୁକ୍ତ ହୋଇ ସିଙ୍ଗଡ଼ା ପ୍ରସ୍ତୁତ ହେଇଛି । କୋରା ମୁଣ୍ଡା(କାଠ ହାତୁଡ଼ି)ରେ ପ୍ରଚଣ୍ଡ ପ୍ରହାର ଦେଇ ତୁମ୍ବରେ ଅର ସବୁକୁ ଭୁଞ୍ଜାଯାଉଛି । ଏପଟେ ରଥ ଖଳାରେ ରଥ ତ୍ରୟର ଚକ ପ୍ରସ୍ତୁତି ଚାଲିଛି । ସିଙ୍ଗଡ଼ା ପ୍ରସ୍ତୁତ ପରେ ଏହା  ସହ ମାପକରି ମୁଖ୍ୟ ବିଶ୍ୱକର୍ମା ପହିରେ  ବିନ୍ଧ ଅନୁକୂଳ କରିଛନ୍ତି । ତୁମ୍ବରେ ଅଖ ବିନ୍ଧ  ଖୋଦେଇ କରୁଛନ୍ତି ବିନ୍ଧ କାରିଗର । ଆଜି ୧୮୫  ଜଣ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । 

ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ଓ ଶ୍ରୀଫଳ  ଲାଗି କରି ସିଙ୍ଗଡ଼ା ବାଡ଼ିଆର ଶୁଭାରମ୍ଭ  କରିଥିଲେ ଭୋଇ ସର୍ଦ୍ଦାର । ପୂର୍ବରୁ କୋରା  ମୁଣ୍ଡା(କାଠ ହାତୁଡ଼ି) ପ୍ରସ୍ତୁତ ହୋଇ  ରହିଥିଲା । କୋରା ମୁଣ୍ଡାର ଓଜନ ପ୍ରାୟ  ୧୫ କିଲୋଗ୍ରାମ । ବିଶ୍ୱକର୍ମାମାନେ ତୁମ୍ବରେ  ବିନ୍ଧ ଖୋଦେଇ କରି ଅରକୁ ସାଇଜ୍‌ କରି  ଦେଇଥିଲେ । ୪୦ ଫୁଟିଆ ଯନ୍ତା ଗାଡ଼  ନିକଟରେ ଫାସୀ କାଠ ଗଣ୍ଡି ପୋତା ଯାଇଥିଲା ।  ତୁମ୍ବ ବିନ୍ଧରେ ଅରକୁ ଭୁଞ୍ଜାଗଲା ପରେ କାଠ  ଗଣ୍ଡି ଉପରେ ଠିଆ ହୋଇ କୋରା ମୁଣ୍ଡା  ସାହାଯ୍ୟରେ ଅରର ଅନ୍ୟ ମୁଣ୍ଡକୁ ଶକ୍ତ ପ୍ରହାର  ଦିଆଯାଇଥିଲା । ଭୋଇ ସେବକଙ୍କ ତାକତ୍‌  ଅନୁସାରେ ପ୍ରହାରର ଓଜନ ୫୦ କିଲୋ କିମ୍ବା  ସେଥିରୁ ଉଦ୍ଧ୍ୱର୍ ହେବ କୁହନ୍ତି ଭୋଇ ସେବକ ।  

ପହି ବିନ୍ଧା କାର୍ଯ୍ୟ ପାଇଁ ଯନ୍ତା ପଟା ତିଆରି ହୋଇଛି । ରଥ ତ୍ରୟର ୧୧ଟି ଲେଖାଏଁ  ଗୁଜ ଚଉପଟ ହୋଇଛି । ବିଶ୍ୱକର୍ମାମାନେ  ଗୁଜ, କୁଡ଼ୁକା, ଜଳଯନ୍ତ୍ର ଓ ତିଖଗୁଜ ନିମନ୍ତେ କାଠ କାଟୁଛନ୍ତି । ଏପଟେ ରୂପକାରମାନେ  ଗୁଜରେ ନୃସିଂହଙ୍କ ପ୍ରତିମୂର୍ତ୍ତି ଖୋଦେଇ  କରୁଛନ୍ତି । ଦୋଳବେଦି କମାର ଶାଳରେ ମଧ୍ୟ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ  ପ୍ରସ୍ତୁତି ହେଉଛି । ଗୁରୁବାର ବଳା ତିଆରି ପାଇଁ ଦୋଳବେଦିରେ ପ୍ରସ୍ତୁତି ଚାଲିଛି । ଆସନ୍ତା ୨୯ ତାରିଖ ଠାକୁରଙ୍କ ଚନ୍ଦନଯାତ୍ରା ଭଉଁରୀ  ଉତ୍ସବ । ସେଦିନ ରଥର ଚକ ସହ ଅଖ ସଂଯୁକ୍ତ ହେବାର ବିଧି ସମ୍ପନ୍ନ ହେବ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.