ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଥଖଳା ହାଲ୍‌ଚାଲ୍..ରଥ ନିର୍ମାଣରେ ଯୋଗଦେଲେ ଭାଇପୁଅ, ତୁମ୍ବ ନିର୍ମାଣ ଆରମ୍ଭ, ଶାଳ ଅନୁକୂଳ ପରେ ଚାଲିଛି ଅର କଣ୍ଟା ତିଆର

ପୁରୀ,୧୩/୦୫: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଚାଳି । ମୁଖ୍ୟ ବିଶ୍ୱକର୍ମାଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ରବିବାର ଭାଇପୁଅ(ମୁଖ୍ୟ ବିଶ୍ୱକର୍ମାଙ୍କ  ସହଯୋଗୀ) ଠାକୁରଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଚାଳିରେ ଚାଲିଛି ତୁମ୍ବ(ଚକର ମଝି ଅଂଶ) ତିଆରି । ମର୍ଦଳ ଆକାରରେ ତିଆରି ହେଉଛି ତୁମ୍ବ ।  ଗୋଳାକୃତି ତୁମ୍ବ ମଝିରୁ ଦୁଇ ପାଶ୍ୱର୍କୁ ଅପେକ୍ଷାକୃତ ସରୁ । ମାପ ଅନୁସାରେ ଫାସୀ କାଠ କାଟୁଛନ୍ତି କରତି ସେବକ । ଭୋଇ ସେବକମାନେ ଏହାକୁ ନେଇ ବିଶ୍ୱକର୍ମାଙ୍କୁ  ଯୋଗାଉଛନ୍ତି । ବାରିସିରେ ହାଣି ତୁମ୍ବ ସାଇଜ୍‌  କରୁଛନ୍ତି ବିଶ୍ୱକର୍ମା । ଏପଟେ ଦୋଳବେଦିରେ  ଶାଳ ଅନୁକୂଳ କରି କମାର ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି।  

ମୁଖ୍ୟ ଓଝା ତଥା କମାର ସେବକଙ୍କ ତତ୍ତ୍ୱାବଧାନରେ ୩ ରଥ ପାଇଁ ଅଲଗା ଶାଳ ତିଆରି ହୋଇଛି । ପ୍ରଥମେ ମହାପ୍ରସାଦ, ଶ୍ରୀଫଳ ଆଦି ଦେଇ ଅଗ୍ନିପୂଜା କରାଯାଇଥିଲା । ଅର କଣ୍ଟା ତିଆରିରୁ କାର୍ଯ୍ୟ ଆରମ୍ଭ ହୋଇଛି ।  ଚକ ତିଆରିରେ ଏହି ଅର କଣ୍ଟା ଲାଗିବ । ରଥଖଳା ଓ ଶାଳ ମଧ୍ୟରେ ସମନ୍ୱୟ  ରଖାଯାଇ ରଥ ନିର୍ମାଣ  ଆଗେଇବ । 

ରବିବାର ନାହାକା  ତୁମ୍ବ ତିଆରି ଜାରି ରହିଛି । ତୁମ୍ବ ସବୁ ବୋଳାଯାଇ(କାଠଗଡ଼କୁ ବାରିସିରେ କାଟି  ମର୍ଦଳା ଆକୃତି କରାଯିବା) ସାଇତା ଯାଉଛି ।  ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହେବ । ଅର୍ଥାତ୍‌  ଦାଗ ଦିଆଯିବ । ପରେ ମାପ  ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ  ଚକ ତିଆର ହେବ । ଶ୍ରୀମନ୍ଦିର ବରିଷ୍ଠ  ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ରଥ କାର୍ଯ୍ୟ ଜାରି ରହିଛି । ରବିବାର  ରଥକାର୍ଯ୍ୟରେ ୪୫ ଜଣ ଯୋଗ ଦେଇଛନ୍ତି ।

ରଥ ପାଇଁ ଚକ ୪ ପ୍ରକାର

ରଥ ଅମିନ ଲକ୍ଷ୍ମଣ ମହାପାତ୍ର କୁହନ୍ତି ତିନି ରଥର ୪୨ ଚକ ।  ଚକର ଗୁରୁତ୍ୱ ଅନୁସାରେ ନାମ କରଣ । ୪୨ ଚକର ଭିନ୍ନ ଭିନ୍ନ  ନାମ । ନାହାକା ଚକ ସବୁ ଆଗେ ତିଆରି ହୁଏ । ତିନି ରଥର  ନାହାକା ଚକ ୧୦ ଟା । ନନ୍ଦିଘୋଷ ଓ ଦର୍ପଦଳନର ୪ଟି ଲେଖା  ଓ ତାଳଧ୍ୱଜ ରଥର ୨ଟି ନାହାକା ଚକ । ପଡ଼ି ନାହାକା ଚକ  ୪ଟି ଲେଖାଏଁ ୧୨ଟା । ନନ୍ଦିଘୋଷ ଓ ତାଳଧ୍ୱଜର ୪ଟି ଲେଖା  ୮ଟି ଉଛୁଳା ଚକ । ଦର୍ପଦଳନର ଉଛୁଳା ଚକ ନାହିଁ । ବ୍ରେକ  ଚକ ତିନି ରଥର ସମାନ ସଂଖ୍ୟାରେ ୪ଟି ଲେଖାଏଁ ୧୨ଟି ।  

ଚକରେ ଲାଗେ ତୁମ୍ବ, ୧୬  ଅର ଓ ୪ ପହି 

୪୨ ଚକ ପାଇଁ ୪୨ ତୁମ୍ବ ତିଆରି ହେବ । ତୁମ୍ବରେ ବିନ୍ଧ ହୋଇ  ୧୬ଟି ଅର(ସ୍ପୋକ୍‌) ଭୁଞ୍ଜାଯିବ । ଗୋଟିଏ ତୁମ୍ବରେ ୪ଗୋଟି  ପହି ଲାଗିବ । ତିନି ରଥର ୪୨ ଗୋଟି ଚକ ପାଇଁ ୧୬୮ଗୋଟି  ପହି ଲାଗିବ । ପହି କାଠ କଟକ ଖପୁରିଆସ୍ଥିତ କରତ କଳରେ  ଚିରଟ ହୋଇ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବ । ଅର ମଧ୍ୟ  କଟା ହୋଇ ରଥଖଳାରେ ପହଞ୍ଚିବ । ନୃସିଂହ ଚତୁର୍ଦ୍ଦଶୀରେ ଜନ୍ତା ଗାଡ଼ ଖୋଳା ଯିବ । ଜନ୍ତା ଗାଡରେ ସିଙ୍ଗଡ଼ା ବାଡ଼ିଆ  ହୋଇ ଅର ଭୁଞ୍ଜାଯିବ । ପରେ ପୁଣି ବିଲେଇ ବାଡ଼ିଆ ଦ୍ୱାରା  ପହି ପିନ୍ଧାଇ ଚକ ପ୍ରସ୍ତୁତ ହେବ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.