ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୈତାନ ପରେ ଏବେ ଆସିବ ଶୈତାନ ୨, ଆର ମାଧବନଙ୍କ ଯାଦୁର ପୁଣି ସାମ୍ନା କରିବେ ଅଜୟ ଦେବଗନ

ନୂଆଦିଲ୍ଲୀ,୨୯/୫ :  ଚଳିତ ବର୍ଷ ବକ୍ସ ଅଫିସରେ ଧୁମ୍ ମଚାଇଥିବା ଶୈତାନର ଆଗାମୀ ସିକ୍ବେଲର ଘୋଷଣା ହୋଇସାରିଛି । ଏହି ବର୍ଷ ଶୈତାନ ବକ୍ସ ଅଫିସରେ ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ଶୈତାନରେ ଅଜୟ ଦେବଗନ ଏବଂ ମାଧବନ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମକୁ ଫିଲ୍ମ ହଲରେ ଖୁବ ପସନ୍ଦ କରାଯାଇଥିଲା । ଶୈତାନର କ୍ଲାଇମାସକୁ ଏଭଳି ସ୍ଥାନରେ ଶେଷ କରାଯାଇଥିଲା ଯେଉଁଠି ଦର୍ଶକ ଅନୁମାନ କରୁଥିଲେ କି ଏହାର ସିକ୍ବେଲ ଆସିପାର । ମେକର୍ସ ଦର୍ଶକଙ୍କ ଏହି ଅନୁମାନକୁ ‌ଶେଷ କରି ଶୈତାନ ୨ର ଘୋଷଣା କରିଛନ୍ତି ।

ଶୈତାନ ୨ର ସୂଚନା ସିଦ୍ଧାର୍ଥ କନ୍ନନ ନିଜ ଅଫିସିଆଲ ସୋସିଆଲ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି । ସେ ଏକ୍ସ ଆକାଉଣ୍ଟ‌ରେ କହିଛନ୍ତି କି ଶୈତାନ ୨ର ଘୋଷଣା ହୋଇଯାଇଛି । ଅଜୟ ଦେବଗନ ଏବଂ ଆର ମାଧବନଙ୍କ ମଧ୍ୟରେ ପୁଣି ଗୋଟିଏ ସାମ୍ନା-ସାମ୍ନି ହେବା ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ । ଶୈତାନ ୨ର ବି ନିର୍ଦେଶନା ବିକାଶ ବହଲ କରିବେ । ଆପଣଙ୍କୁ କହି ରଖୁଛୁ କି ଶୈତାନ ଗୁଜରାଟୀ ଫିଲ୍ମ ବଶର ହିନ୍ଦୀ ରିମେକ ଥିଲା । ଶୈତାନର ବଜେଟ ପ୍ରାୟ ୬୦କୋଟିର ଥିଲା । ଯାହା ବକ୍ସ ଅଫିସରେ କଲେକ୍ସନର କେତେକ ରେକର୍ଡ଼ ବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.