ପୁରୀ, ୧୦।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ । ଶ୍ରୀମନ୍ଦିରରେ ଶୁକ୍ରବାର ଦ୍ୱାରଫିଟା ନୀତି ୩୦ ମିନିଟ୍ ବିଳମ୍ବ ହୋଇଥିଲା । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିହାରୀ ସେବାୟତ ଶିବ ଶଙ୍କର ମହାପାତ୍ରଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ନୋଟିସ୍ ଜାରି କରିଛନ୍ତି ।
ତେବେ କିଛି ସେବାୟତ ଏହାକୁ ସ୍ୱାଗତ କରିଥିବା ବେଳେ ଏହା ଦ୍ୱାରା ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଆସିପାରିବ ବୋଲି ମତ ରଖିଛନ୍ତି ସେବାୟତ । ମହାପ୍ରଭୁଙ୍କ ସେବା ପୂଜାରେ ବିଳମ୍ବ କରୁଥିବା ସେବାୟତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି ଅନ୍ୟ ସେବାୟତ ।