ପ୍ରମୁଖ ଖବର
  • ରାଜ୍ୟରେ ବଢୁଥିବା ତାତିରେ ଲାଗିବ ରୋକ: ୭ରୁ ହାଲୁକା ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ଦିନରେ ୫ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ; ଜାଣନ୍ତୁ କିଛି ଲୋକପ୍ରିୟ ରେକର୍ଡ

ନୂଆଦିଲ୍ଲୀ,୦୬/୧୨:  ଆଜି ଅର୍ଥାତ ୬ ଡିସେମ୍ବରରେ ଭାରତର ମୋଟ ୫ଜଣ କ୍ରିକେଟର ସେମାନଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଜି ସମଗ୍ର ବିଶ୍ୱରେ ସମୁଦାୟ ୧୧ ଜଣ କ୍ରିକେଟରଙ୍କ ଜନ୍ମଦିନ, ଯେଉଁମାନଙ୍କୁ ନେଇ ଏକ ଜନ୍ମଦିନ ଏକାଦଶ ଖେଳାଳୀ ବି ଗଠନ ହୋଇପାବେ, କିନ୍ତୁ ସେହି ଏକାଦଶରେ କେବଳ ୫ ଜଣ ଭାରତୀୟ ବି ଅଛନ୍ତି। ଆଜି ଶ୍ରେୟସ୍ ଆୟର, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, କରୁଣ ନାୟାର ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଆରପି ସିଂଙ୍କ ଜନ୍ମଦିନ। ଭାରତର ଏହି ସମସ୍ତ କ୍ରିକେଟରମାନେ ଆଜି ଜନ୍ମଦିନ ପାଳନ କରୁଛନ୍ତି। ଆସନ୍ତୁ ଆପଣଙ୍କୁ ଏହି ପାଞ୍ଚ ଜଣ କ୍ରିକେଟରଙ୍କ ବୟସ ଏବଂ ଆନ୍ତର୍ଜାତୀୟ ରେକର୍ଡ ବିଷୟରେ କିଛି ଜାଣିବା....

ପଢ଼ନ୍ତୁ: IPL 2024: ପ୍ରଥମଥର କ୍ରିକେଟରଙ୍କ ନିଲାମ ଡାକିବେ ମହିଳା, ଜାଣନ୍ତୁ ସେ କିଏ ?

ଶ୍ରେୟସ୍‌ ଆୟର

ଶ୍ରେୟସ୍‌ ଆୟର:

ଭାରତୀୟ ଦଳର ମିଡିଲ୍ ଅର୍ଡର ବ୍ୟାଟର୍‌ ଶ୍ରେୟସ ଆୟର ଆଜି ୨୯ ବର୍ଷରେ ପାଦ ‌ଥାପିଛନ୍ତି। ସେ ନଭେମ୍ବର ୨୦୧୭ରେ କ୍ରିକେଟରେ ପାଦ ଥାପିଥିଲେ। ଏପର୍ଯ୍ୟନ୍ତ ଏହି ଖେଳାଳି ୧୦ ଟି ଟେଷ୍ଟ ମ୍ୟାଚରେ ୪୪.୪୦ ହାରରେ ୬୬୬ ରନ୍‌, ୫୮ ଟି ଦିନିକିଆ (ଓ୍ବାନ୍‌ଡେ) ମ୍ୟାଚରେ ୪୯.୫୯ ହାରରେ ୨୩୩୧ ରନ୍ ଏବଂ ୫୧ ଟି୨୦ ମ୍ୟାଚରେ ୩୦.୬୬ ହାରରେ ୧୧୦୪ ରନ୍ ସଂଗ୍ରହ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଶ୍ରେୟସ୍ ଆୟର ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ସେ ୪ ନମ୍ବରରେ ଖେଳିଥିବାବେଳେ ବିଶ୍ୱକପରେ ୫୦୦ ରନ୍ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇଥିଲେ।

ରବିନ୍ଦ୍ର ଜାଡ଼େଜା

ରବିନ୍ଦ୍ର ଜାଡ଼େଜା: 

ଭାରତୀୟ କ୍ରିକେଟ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଆଜି ୩୫ ବର୍ଷ ବୟସ ହୋଇଛି। ଜାଡେଜାଙ୍କ ଡେବ୍ୟୁ ଫେବୃଆରୀ ୨୦୦୯ ରେ ହୋଇଥିଲା। ଏପର୍ଯ୍ୟନ୍ତ ସେ ୬୭ ଟି ଟେଷ୍ଟ, ୧୯୭ ଟି ଦିନିିକିଆ ଏବଂ ୬୪ ଟି୨୦ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ ୨୮୦୪ ରନ୍ ଏବଂ ୨୭୫ ୱିକେଟ୍, ୨୭୫୬ ରନ୍ ଏବଂ ୨୨୦ ୱିକେଟ୍‌ ଓ ୪୫୭ ରନ୍ ଏବଂ ୫୧ ୱିକେଟ୍ ନେଇଛନ୍ତି।

ପଢ଼ନ୍ତୁ: ଟି ୨୦ ବିଶ୍ୱକପ ୨୦୨୪ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଟିମ୍ ଇଣ୍ଡିଆକୁ କ'ଣ ମିଳିଲା...?

ଜସପ୍ରିତ ବମ୍‌ରାହ

ଜସପ୍ରିତ ବମ୍‌ରାହ: 

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଆଜି ୩୦ ବର୍ଷ ବୟସ ହୋଇଛି। ଜାନୁଆରୀ ୨୦୧୬ ରେ ସେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବୁମରା ଏପର୍ଯ୍ୟନ୍ତ ମୋଟ ୩୦ ଟି ଟେଷ୍ଟ, ୮୯ ଟି ଦିନିକିଆ ଏବଂ ୬୨ ଟି୨୦ ମ୍ୟାଚ୍ ଖେଳିଛନ୍ତି। ଏହି ମୁକାବିଲା ଗୁଡ଼ିକରେ ସେ ଯଥାକ୍ରମେ ୧୨୮ ୱିକେଟ୍, ୧୪୯ ୱିକେଟ୍ ଏବଂ ୭୪ ୱିକେଟ୍ ନେଇଛନ୍ତି। 

କରୁଣ ନାୟର

କରୁଣ ନାୟର: 

ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର୍ କରୁଣ ନାୟାରଙ୍କୁ ଆଜି ୩୨ ବର୍ଷ ହୋଇଛି। ଏହି ଖେଳାଳିଙ୍କ ଡେବ୍ୟୁ ଜୁନ୍ ୨୦୧୬ ରେ ହୋଇଥିଲା। ସେ ଏପର୍ଯ୍ୟନ୍ତ ୬ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୬୨.୩୩ ହାରରେ ମୋଟ ୩୭୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଏକ ତିନି ଶତାକୀୟ ପାଳି ମଧ୍ୟ ରହିଛି। ସେ ନିଜ ତୃତୀୟ ଟେଷ୍ଟ ମ୍ୟାଚରେ ୩୦୩ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ଏବଂ ବିରେନ୍ଦ୍ର ସେହୱାଗଙ୍କ ପରେ ତିନି ଶତକ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଥିଲେ। ସେ ୨ ଟି ଦିନିିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ଯେଉଁଥିରେ ସେ ମାତ୍ର ୪୬ ରନ୍ ସଂଗ୍ରହ କରିଛନ୍ତି। ସେବେଠାରୁ କରୁଣ ନାୟାର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ସଂଘର୍ଷ କରୁଛନ୍ତି।  

ଆର.ପି ସିଂ

ଆର.ପି ସିଂ: 

ଏହି ତାଲିକାରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲରଙ୍କ ନାଁ ମଧ୍ୟ ରହିଛି। ଆର.ପି ସିଂଙ୍କୁ ଆଜି ୩୮ ବର୍ଷ ବୟସ ହୋଇଛି। ସେପ୍ଟେମ୍ବର ୨୦୦୫ ରେ ସେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ମୋଟ ୧୪ ଟି ଟେଷ୍ଟ, ୫୮ ଟି ଦିନିିକିଆ ଏବଂ ୧୦ ଟି -୨୦ ମ୍ୟାଚ୍ ଖେଳିଥିଲେ। ସେଥିରେ ସେ ଯଥାକ୍ରମେ ୪୦, ୬୯ ଏବଂ ୧୫ ୱିକେଟ୍ ନେଇଥିଲେ। ୨୦୦୭ ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହେବାରେ ଆରପି ସିଂଙ୍କ ବୋଲିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

You can also read: ୨୦୨୯ ବିଶ୍ୱ ଚାମ୍ପିଅନସିପ୍‌ ଆୟୋଜନ ନେଇ ଏଏଫ୍‌ଆଇ ଆଗ୍ରହୀ, ବିଡ୍‌ ଦାଖଲ କରିବା ନେଇ ପ୍ରସ୍ତୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.