ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସିମ୍‌ ବକ୍ସ ରାକେଟ୍‌ ଠାବ ଘଟଣା: ପଶ୍ଚିମବଙ୍ଗ ଯିବ ସ୍ୱତନ୍ତ୍ର ପୁଲିସ ଦଳ, ମଧ୍ୟ ଏସିଆରୁ ଆସୁଥିଲା ଅଧିକାଂଶ କଲ୍‌

ଭୁବନେଶ୍ୱର,୨୯/୦୮: ସିମ୍‌ ବକ୍ସ ରାକେଟ ଠାବ ଘଟଣାରେ କମିଶନରେଟ୍‌ ପୁଲିସ ତଦନ୍ତ ଆଗେଇଛି । ତଦନ୍ତରୁ ଜଣାପଡିଛି ଯେ, ୧୭ଟି ସିମ୍‌ ବକ୍ସରେ ଖଞ୍ଜାଯାଇଥିବା ୬୭୮ଟି ସିମ୍‌କାର୍ଡ ପଶ୍ଟିମବଙ୍ଗର ଉତ୍ତର ୨୪ ପ୍ରଗଣାରୁ କିଣାଯାଇଥିଲା । ଏହାଛଡ଼ା ପଶ୍ଚିମବଙ୍ଗରେ ଏକାଧିକ ସିମ୍‌ ବକ୍ସ ଲୁଚାଯାଇଥିବା ପୁଲିସ ଅନୁମାନ କରୁଛି । ଏହି ତଥ୍ୟ ଆଧାରରେ ସ୍ୱତନ୍ତ୍ର ପୁଲିସ ଦଳ ଖୁବଶୀଘ୍ର ପଶ୍ଚିମବଙ୍ଗ ଯିବ । 

ଡିସିପି ପ୍ରତୀକ ସିଂ କହିଛନ୍ତି, ବଙ୍ଗୀୟ ଏଜେଣ୍ଟ ରାଜୁ ପଶ୍ଟିମବଙ୍ଗସ୍ଥିତ ଗାଁ ଓ ଆଖପାଖ ଅଞ୍ଚଳରୁ ଏସବୁ ସିମ୍‌କାର୍ଡ କିଣିଥିଲା । ତେବେ ସେ କାହାଠାରୁ ଓ କେମିତି ସିମ୍‌କାର୍ଡ ହାତେଇଥିଲା ପୁଲିସ ଦଳ ସେଠାକୁ ଯାଇ ଏ ନେଇ ତନାଘନା କରିବ । ଏହାଛଡ଼ା ରାକେଟରେ ରାଜୁର କେହି ସହଯୋଗୀ ସମ୍ପୃକ୍ତ ଅଛି କି ନାହିଁ, ସେ ନେଇ ମଧ୍ୟ ଖୋଳତାଡ଼ କରିବ । କଲ ଡିଟେଲ୍ସ ରେକର୍ଡ (ସିଡିଆର୍‌) ଯାଞ୍ଚରୁ ଜଣାପଡି଼ଛି, ମଧ୍ୟ ଏସୀୟ ଦେଶଗୁଡି଼କରୁ ଅଧିକାଂଶ ଫୋନ୍‌ କଲ୍‌ ଆସିଛି । ସେଠାକାର ବାସିନ୍ଦା କିମ୍ବା ପ୍ରବାସୀ ଭାରତୀୟମାନେ ଶସ୍ତାରେ ଫୋନ୍‌ କରିବା ପାଇଁ ଏହି ବେଆଇନ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜ ବ୍ୟବସ୍ଥାକୁ ଆପଣାଉଥିଲେ ।

ସେଠାକାର ଦଲାଲ ସେମାନଙ୍କୁ ଏକ ଟୋକନ୍‌ ବା କୁପନ୍‌ ଦେଉଥିଲେ । ଉକ୍ତ ଟୋକନ୍‌ରେ ଉଲ୍ଲେଖ ଥିବା କୋଡ୍‌    ସେମାନେ ଟିପି ସ୍ମାର୍ଟ ଭଳି କିଛି ନିର୍ଦ୍ଦିଷ୍ଟ ଆପ୍‌ରେ ପଞ୍ଜୀକରଣ କରୁଥିଲେ । ସେହି ଆପ୍‌ ଜରିଆରେ ଓଡି଼ଶାକୁ ଫୋନ କରାଯାଉଥିଲା ବୋଲି ଶ୍ରୀ ସିଂ କହିଛନ୍ତି । 

ସୂଚନାଥାଉକି, ପୁଲିସ ଗତ ୧୬ ତାରିଖରେ ଲକ୍ଷ୍ମୀସାଗରସ୍ଥିତ ଏକ ଭଡ଼ା ଘରୁ ୭ଟି ଓ ତା’ପରଦିନ କଟକରୁ ୫ଟି ସିମ୍‌ ବକ୍ସ ଜବତ କରିଥିଲା । ରାଜୁକୁ ରିମାଣ୍ଡରେ ନେଇ ଜେରା କରିବାରୁ ତାହାଠାରୁ ପାଇଥିବା ତଥ୍ୟ ଅନୁସାରେ ରାଞ୍ଚିକୁ ଯାଇ ପୁଲିସ ୫ଟି ସିମ୍‌ ବକ୍ସ ଠାବ କରିଥିଲା । ଏହି ରାକେଟର କାର୍ପଟଦାର ଅସାଦ୍ଦୁର ଜମାନ ଏବେ ବାଂଲାଦେଶରେ ଲୁଚିଛି । ରାଜୁ ଓ ଅସାଦ୍ଦୁରର ଆତଙ୍କୀ ସମ୍ପୃକ୍ତି ସମ୍ପର୍କରେ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ୨ ଅଧିକାରୀ ରାଜୁକୁ ମାରାଥନ୍‌ ଜେରା କରିଥିଲେ । ତେବେ ଅସାଦ୍ଦୁରକୁ ଧରିବାକୁ ଇଣ୍ଟରପୋଲ୍‌ ଓ ସିବିଆଇର ସହାୟତା ମଗାଯାଇଛି ବୋଲି ଜଣାପଡିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.