ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଫିସ୍ କି ଘରେ ଅଧିକ ସମୟ ବସି ରହୁଛନ୍ତି କି ? ଏହା ଧୂମପାନ ସହ ସମାନ ବୋଲି ବିଶେଷଜ୍ଞଙ୍କ ମତ...

ନୂଆଦିଲ୍ଲୀ, ୪।୧୨: ଅଫିସ୍ କି ଘରେ ଅଧିକ ସମୟ ବସି ରହୁଛନ୍ତି କି ? ଅଧିକ ସମୟ ବସିବାକୁ ଧୂମପାନ ସହ ତୁଳନା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବେସିତ ଏକ ନୂଆ ଗବେଷଣାରୁ ଏହି ଆଶ୍ଚର୍ଯ୍ୟଜନକ ଦିଗ ଉନ୍ଚୋଚିତ ହୋଇଛି । ଯେଉଁମାନେ ଦୈନିକ ୬ ଘଣ୍ଟାରୁ ଅଧିକ ସମୟ ବସିଥାନ୍ତି, ଦୈନିକ ୨ ଘଣ୍ଟାରୁ କମ୍ ବସୁଥିବା ମହିଳାଙ୍କ ତୁଳନାରେ ସେମାନଙ୍କ ଗର୍ଭାଶୟରେ ଫାଇବ୍ରଏଡ୍ ରୋଗ ହେବାର ଆଶଙ୍କା ୨ ଗୁଣ ବଢ଼ିଯାଏ । ଫାଇବ୍ରଏଡ୍ ହେଉଛି ଗର୍ଭାଶୟର ମାଂସପେଶୀ । ଯାହା ବେଳେ ବେଳେ ଗର୍ଭାଶୟ କାନ୍ଥରେ ବା ବାହାରେ ମଧ୍ୟ ବିକଶିତ ହୋଇଥାଏ । 

ଚୀନର କୁନମିଙ୍ଗ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଗବେଷଣାରେ ୬ ହଜାର ୬୦୦ ମହିଳାଙ୍କୁ ସାମିଲ କରି ଏହି ନିର୍ଯ୍ୟାସରେ ପହଞ୍ଚିଛନ୍ତି । ଏହି ମହିଳାମାନେ ୩୦ରୁ ୫୫ ବର୍ଷ ବୟସର । ଏମାନଙ୍କୁ ଦୈନିକ ବସିବା ସମୟ ଆଧାରରେ ୪ଟି ବର୍ଗରେ ବିଭକ୍ତ କରାଯାଇଥିଲା । ଯଥା ଯେଉଁମାନେ ଦିନକୁ ୨ ଘଣ୍ଟା ବସିଥାନ୍ତି । ସେହିପରି ୨ରୁ ୪ ଘଣ୍ଟା, ୪ରୁ ୬ ଘଣ୍ଚା ଏବଂ ୬ ଘଣ୍ଟାରୁ ଅଧିକ । ମୋଟ୍ ୫୬୨ ଜଣ ମହିଳାଙ୍କଠାରେ ଫାଇବ୍ରଏଡ୍ ଥିଲା, ଯେଉଁଥିରେ ୫୦ ବର୍ଷରୁ ଅଧିକ ବୟସର ମହିଳାଙ୍କଠାରେ ସର୍ବାଧିକ ହାର ଦେଖିବାକୁ ମିଳିଥିଲା । ସେହିପରି ଆରିଜୋନୋ ବିଶ୍ୱବିଦ୍ୟାଳୟ ଓ ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ କରାଯାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ବସି ରୁହନ୍ତି, ସେମାନଙ୍କୁ ଡିମେନସିଆ ହେବାର ଆଶଙ୍କା ଅଧିକ । ତେଣୁ ଅଧିକ ସମୟ ବସି ରହି କାମ କରୁଥିଲେ ପ୍ରତି ୨ ଘଣ୍ଟାରେ ଥରେ ଲେଖାଏଁ କାମରୁ ୨ ମିନିଟ୍ ବିରତି ନିଅନ୍ତୁ । କମ୍ପ୍ୟୁଟରରେ ଲଗାତାର କାମ କରୁଥିଲେ ୨ ଘଣ୍ଟାକୁ ତରେ ୨ ମିନିଟ୍ ଲେଖାଏଁ ଆଖି ବନ୍ଦ କରନ୍ତୁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.