ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସିବିଆଇ, ନିର୍ବାଚନ କମିଶନଙ୍କ ନିଯୁକ୍ତି…ବିରୋଧି ଦଳ ନେତା ହେବାପରେ ଜାଣନ୍ତୁ ରାହୁଲଙ୍କ ପାଖରେ ରହିଛି କେଉଁ ସବୁ କ୍ଷମତା ?

ନୂଆଦିଲ୍ଲୀ,୨୬।୬: ଲୋକସଭାରେ ଗତ ଏକ ଦଶକ ପରେ ଅଧିକ ଆସନ ଜିତିବାକୁ ନେଇ କଂଗ୍ରେସ ଖୁବ୍ ଉତ୍ସାହିତ ଅଛି। ରାଏବରେଲି ସାଂସଦ ରାହୁଲ ଗାନ୍ଧୀ ବିରୋଧି ଦଳ ନେତା ଭାବରେ ଚୟନ ହୋଇଛନ୍ତି। ଗାନ୍ଧୀ ପରିବାରରେ ରାହୁଲଙ୍କ ପୂର୍ବରୁ ତାଙ୍କ ମା’ ଓ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ବିରୋଧି ଦଳ ନେତା ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ବିରୋଧି ଦଳ ନେତା ପଦ ଦାୟିତ୍ବ ଗ୍ରହଣ କରିଛନ୍ତି।

୨୦୧୪ ଓ ୨୦୧୯ ଲୋକସଭା ଆସନରେ କଂଗ୍ରେସର ମୋଟ ୧୦% ସିଟ୍‌ ଥିଲା। ଏବେ ବିରୋଧି ଦଳ ନେତା ହେବାପରେ ସିବିଆଇ ଡାଇରେକ୍ଟର, ମୁଖ୍ୟ ନିର୍ବାଚନ କମିଶନ୍, ନ୍ୟାସନାଲ ହ୍ୟୁମାନ ରାଇଟ୍ କମିଶନ ଚେୟାର ପର୍ସନ , ଚିଫ୍ ଭିଜିଲାନ୍ସ କମିଶନରଙ୍କ ନିଯୁକ୍ତିରେ ରାହୁଲଙ୍କ ରାୟ ନିଆଯିବ। ବିରୋଧି ଦଳ ନେତା ଭାବରେ ରାହୁଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଭଳି ସୁବିଧା ମିଳିବ। ସଂସଦରେ ଅଫିସ ଓ ଷ୍ଟାଫ୍ ମଧ୍ୟ ରହିବେ। ବିରୋଧି ଦଳ ନେତା ହେବା ମାତ୍ରୋ ରାହୁଲଙ୍କ ଅନ୍ଦାଜ ଭିନ୍ନ ରହିଛି। ଗତ କିଛି ବର୍ଷ ହେବ ସେ ଧଳା ଟିସାର୍ଟ ଓ ପ୍ୟାଣ୍ଟରେ ଦେଖିବାକୁ ମିଳୁଥିଲେ, କିନ୍ତୁ ବୁଧବାର କୁର୍ତ୍ତା ପାଇଜାମା ପିନ୍ଧି ଆସିଥିଲେ।

ଗତ ଦୁଇ ଲୋକସଭାରେ କଂଗ୍ରେସ ପକ୍ଷରୁ ଗୃହରେ ମାଲିକାର୍ଜୁନ ଖଡଗେ ଓ ଅଧିକ ରଞ୍ଜନ ଚୌଧୁରୀ ବିରୋଧି ଦଳ ନେତା ଥିଲା। ଏବେ ରାହୁଲ ଗାନ୍ଧୀ ବିରୋଧି ଦଳ ନେତା ହୋଇଛନ୍ତି। ତେଣୁ ତାଙ୍କ ଭାବରେ ଏକେ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ନେଇ ବଡ ଦାୟିତ୍ବ ରହିବ।  ତେବେ ୨-୧ ରେ କେନ୍ଦ୍ର ସରକାର ପାଖରେ ଏହି ସୁବିଧା ରହିଛି, କିନ୍ତୁ ତଥାପି ମଧ୍ୟ ରାହୁଲ ବିରୋଧି ଦଳ ନେତା ଚେହେରା ରହିବେ। ସେ ନିଯୁକ୍ତିକୁ ସମର୍ଥନ କରିବେ ନା ବିରୋଧ ତାହା ଦେଖିବାର ଅଛି। ଯେପରିକି ମୁଖ୍ୟ ନିର୍ବାଚନ କମିଶନ ଚନୟ କରାଯିବା ସମୟରେ କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ଓ ବିରୋଧି ଦଳ ନେତା ରହିଥାନ୍ତି। ୫୪ ବର୍ଷୀୟ ରାହୁଲଙ୍କୁ ସଂସଦରେ ନିଜ କ୍ୟାରିୟରର ସବୁଠାରୁ ବଡ ଦାୟିତ୍ବ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.