ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଦର୍ଶନ କଟକଣା

ପୁରୀ, ୦୪/୦୯: ସୋମବାର  ଶ୍ରୀମନ୍ଦିରରେ ରେଖା ପଞ୍ଚମୀ ତଥା ଭାଦ୍ରବ  କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ  ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ ।  ପ୍ରଥମ ଭୋଗମଣ୍ଡପ ନୀତି ଶେଷ  ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି  ଆରମ୍ଭ ହେବ । ଏହି ବିଶେଷ ନୀତି ସମୟରେଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ  ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ ।  

ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ  ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ  ରାହୁରେଖା କୁହାଯାଏ । ରାହୁରେଖା  ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି  ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ । ତେବେ ସୋମବାରର ନୀତିକୁ ଚାହିଁ  ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.