ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ନଭେମ୍ବର ୧୨ରୁ ସୁରଭି-୨୦୨୪, ଏଥର ବର୍ଷର ଥିମ୍‌ ‘ଓଡ଼ିଶାର ଲୋକକଳା’

ଭୁବନେଶ୍ୱର,୧୪/୦୯: ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ଚଳିତ ବର୍ଷ ୩ ଦିନିଆ ରାଜ୍ୟସ୍ତରୀୟ  ଶିଶୁ ମହୋତ୍ସବ ‘ସୁରଭି-୨୦୨୪’ ଅନୁଷ୍ଠିତ ହେବ ।  ୟୁନିଟ୍‌-୩ କ୍ୟାପିଟାଲ୍‌ ହାଇସ୍କୁଲରେ ଆୟୋଜିତ ହେବାକୁ  ଥିବା ‘ସୁରଭି’ ନଭେମ୍ବର ୧୨ରୁ ୧୪ ଯାଏ ଚାଲିବ । ଏନେଇ ଆଗୁଆ ସ୍କୁଲ୍‌, କ୍ଲଷ୍ଟର, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଏହି  କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରିଛି ବିଭାଗ ।  ଚଳିତ ବର୍ଷ ସୁରଭି-୨୦୨୪ର ଥିମ୍‌ (ମୁଖ୍ୟ ପ୍ରସଙ୍ଗ)  ରହିଛି ‘ଓଡ଼ିଶାର ଲୋକକଳା’ । ସ୍କୁଲସ୍ତରରେ ଆସନ୍ତା  ୧୭ରୁ ୧୯ ତାରିଖ ଯାଏ ଅନୁଷ୍ଠିତ ହେବ । କ୍ଲଷ୍ଟରରେ ୨୩ରୁ ୨୭, ବ୍ଲକ୍‌ରେ ଅକ୍ଟୋବର ୧ରୁ ୫ ଏବଂ ଜିଲ୍ଲାସ୍ତରରେ  ଅକ୍ଟୋବର ୨୧ରୁ ୨୮ ଯାଏ ଏହି କାର୍ଯ୍ୟକ୍ରମ ଆୟୋଜନ  କରାଯିବ । ଏଥିସହ ନଭେମ୍ବର ୧୧କୁ ‘ଜାତୀୟ ଶିକ୍ଷା  ଦିବସ’ ଏବଂ ୧୪ରୁ ଶିଶୁ ଦିବସ ଭାବେ ସ୍କୁଲରେ ପାଳନ  କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ  ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।  

ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ୍‌ ଓ ଜିଲ୍ଲାସ୍ତରରେ  ସୁରଭି-୨୦୨୪ କାର୍ଯ୍ୟକ୍ରମର ଆୟୋଜନ ପାଇଁ  ଆବଶ୍ୟକ ଅର୍ଥରାଶି ସମଗ୍ର ଶିକ୍ଷାର ଅଭିନବ ବିଭାଗରୁ  ଖର୍ଚ୍ଚ କରାଯିବ । ଏହାର ଜିଲ୍ଲାୱାରି ଅନୁମୋଦିତ  ଖର୍ଚ୍ଚରାଶିର ପରିମାଣ ବିଭାଗ ପକ୍ଷରୁ ପ୍ରଦାନ  କରାଯାଇଛି । ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ସିଆର୍‌ସିସି,  ବିଇଓ, ଡିଇଓ ଯଥାରୀତି ପଦକ୍ଷେପ ନେବେ ।  ପ୍ରତିଯୋଗିତାୱାରୀ ମନୋନୀତ କୃତୀ ଛାତ୍ରଛାତ୍ରୀଙ୍କ  ନାମ, ବୟସ, ଦଳ, ବିଦ୍ୟାଳୟ ଓ ଜିଲ୍ଲାର ନାମ,  ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ସହଯୋଗୀ ଶିକ୍ଷକଙ୍କ ନାମ  ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ  ପରିଷଦକୁ ନଭେମ୍ବର ୧ ସୁଦ୍ଧା ଜଣାଇବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.