ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିଓ୍ବାଲଙ୍କ ସହିତ ପତ୍ନୀ ସୁନିତାଙ୍କୁ ମୁହାଁମୁହିଁ ଦେଖା କରାଉନାହାନ୍ତି ଜେଲ୍ ପ୍ରଶାସନ, ସଞ୍ଜୟ ସିଂହଙ୍କ ଅଭିଯୋଗ

ନୂଆଦିଲ୍ଲୀ,୧୩।୪: ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ତିହାର ଜେଲ୍‌ ପ୍ରଶାସନ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କେଜ୍ରିଓ୍ବାଲଙ୍କ ସହିତ ଅମାନବୀୟ ବ୍ୟବହାର କରାଯାଉଛି। ସେ ଶନିବାର ଏକ ପ୍ରେସ୍ କନଫ୍ରେନ୍ସ କରି କହିଛନ୍ତି ସୁନିତା କେଜ୍ରିଓ୍ବାଲଙ୍କୁ ତିହାର ଜେଲ୍‌ରେ କେଜ୍ରିଓ୍ବାଲଙ୍କ ସହିତ ମୁହାଁମୁହିଁ ଦେଖା କରିବାକୁ ଦେଉ ନାହାନ୍ତି। ଜେଲ୍ ଅଧିକାରୀ ତାଙ୍କି ଝରକା ବାଟେ କେଜ୍ରିଓ୍ବାଲଙ୍କୁ ଦେଖିବାକୁ ମନୁମତି ଦେଇଛନ୍ତି। ତିହାର ଜେଲ୍ ପ୍ରଶାସନ ବିଜେପିର ଚାପରେ କାମ କରୁଛି। 

ତିହାର ଜେଲ୍‌ର ମୁହାଁମୁହିଁ କଥା ହେବା ଏକ ସାଧାରଣ କଥା। ସେ କହିଛନ୍ତି, କେଜ୍ରିଓ୍ବାଲଙ୍କ ସହିତ ଅମାନବୀୟ ବ୍ୟବହାର କରାଯାଉଛି। ଲପରିକି ଦୁର୍ଦାନ୍ତ ଅପରାଧିଙ୍କ ପରିବାର ଲୋକଙ୍କୁ ବାରାକ୍‌ରେ ସାକ୍ଷାତ କରିବାର ଅନୁମତି ଦେଉଛନ୍ତି। ସେଭଳି ଦିଲ୍ଲୀର ତିନିଥର ମୁଖ୍ୟମନ୍ତ୍ରୀଙ୍କୁ ନିଜ ପତ୍ନୀ ଓ ପିଏଙ୍କୁ ଓ୍ବିଣ୍ଡୋ ବକ୍ସ ଜରିଆ‌ରେ‌ ସାକ୍ଷାତ କରାଯାଉଛି। ଏଭଳି ଅମାନବୀୟ ବ୍ୟବହାର କାହିଁକି ? ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଅପମାନିତ ଓ ହତୋତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଛି। ଆଜି ଲଢେଇ ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବର ପାଇଁ କରାଯାଉଛି।

ଆପ୍‌ ନେତା ଅଭିଯୋଗ କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଓ ଦିଲ୍ଲୀର ଜଣେ ସାଂସଦ କେଜ୍ରିଓ୍ବାଲଙ୍କୁ ଦେଖା କରିବାକୁ ଚାହୁଁଥିଲେ। କିନ୍ତୁ ଜେଲ୍ ପ୍ରଶାସନ ଶେଷ ମୁହୂର୍ତ୍ତରେ ତାଙ୍କୁ ମନା କରିଦେଇଥିଲା। ଏହାପଛରେ ସୁରକ୍ଷା କାରଣ ଦର୍ଶାଯାଇଥିଲା। କେଜ୍ରିଓ୍ବାଲଙ୍କୁ ଓ୍ବିଣ୍ଡୋ ବକ୍ସ ଜରିଆରେ ଭେଟିବାକୁ କୁହାଯାଇଥିଲା। ଏଭଳି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପ୍ରଶାସନ ଅପମାନିତା କରୁଛି। ମୁଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିବି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧିକାରୀଙ୍କୁ ନ ଛଡାନ୍ତୁ। ଏହି ଅଧିକାର ତାଙ୍କୁ ସମ୍ବିଧାନିକ, ଲୋକତାନ୍ତ୍ରିକ, ଆଇନ ଓ ଜେଲ୍ ନିୟମ ଅନୁସାରେ ମିଳିଛି। ଏକଛତ୍ରବାଦୀ ହେବାକୁ ଚେଷ୍ଟା କରନ୍ତୁ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.