ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ଭୃଣକୁ ବଞ୍ଚିବାର ରହିଛି ମୌଳିକ ଅଧିକାର, ୨୭ ସପ୍ତାହର ଗର୍ଭନଷ୍ଟ କରିହେବନି: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। କୋର୍ଟ ୨୦ ବର୍ଷୀୟ ଜଣେ ଅବିବାହିତ ମହିଳାଙ୍କ ୨୭ ସପ୍ତାହରୁ ଅଧିକ ଗର୍ଭସ୍ଥ ଭୃଣକୁ ନଷ୍ଟ କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ଭୃଣର ମଧ୍ୟ ବଞ୍ଚି ରହିବାର ମୌଳିକ ଅଧିକାର ରହିଛି। କୋର୍ଟ ମହିଳାଙ୍କ ଓକିଲଙ୍କ ସେହି ଦଲିଲକୁ ମଧ୍ୟ ଗ୍ରହଣ କରିନାହାନ୍ତି, ଯେଉଁଥିରେ ସେ କହିଥିଲେ ବର୍ତ୍ତମାନ ଭୃଣ ଗର୍ଭରେ ରହିଛି ଓ ଯେଉଁ ପର୍ଯ୍ୟନ୍ତ ସନ୍ତାନ ଜନ୍ମ ହୋଇନି, ତାକୁ ରଖିବା ନରଖିବା ମା’ର ଅଧିକାର।

ଜଷ୍ଟିସ୍ ବିଆର ଗଭଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ଏହି ଆବେଦନରେ ମହିଳା ଜଣ ଦିଲ୍ଲୀ ହାଇକୋର୍ଟଙ୍କ ୩ ମଇର ସେହି ରାୟକୁ ଚ୍ୟାଲେଞ୍ଜ ଦେଇଛନ୍ତି, ଯେଉଁଥିରେ ହାଇକୋର୍ଟ ଗର୍ଭପାତ କରିବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ରାୟ ଦେଇଥିବା ଖଣ୍ଡପୀଠର ଅନ୍ୟ   ଦୁଇ ବିଚାରପତି ଜଷ୍ଟିସ୍‌ ଏସ୍‌ବିଏନ୍ ଭଟ୍ଟି ଓ ସନ୍ଦୀପ ମେହେତା ଥିଲେ। ଖଣ୍ଡପୀଠ ଆବେଦନକାରୀ ଓକିଲଙ୍କୁ କହିଛନ୍ତି, ଆମେ ଆଇନର ବୀପରିତରେ କିଛି ନିର୍ଦେଶ ଦେଇନୁ। ଗର୍ଭରେ ଥିବା ସନ୍ତାନକୁ ମଧ୍ୟ ବଞ୍ଚିବାର ମୌଳିକ ଅଧିକାର ରହିଛି। ଆପଣ ଏନେଇ କ’ଣ କୁହନ୍ତି ? ଜବାବରେ ମହିଳା ଓକିଲ କହିଥିଲେ, ମେଡିକାଲ ଟର୍ମିନେସନ୍‌ ଅଫ୍ ପ୍ରେଗନାନ୍ସି ଏକ ଆକ୍ଟ କେବଳ ମା’ ବିଷୟରେ କହିଥାଏ। ଏହା ମା’ ପାଇଁ ତିଆରି ହୋଇଛି। 

ଖଣ୍ଡପୀଠ ପଚାରିଥିଲେ, ଗର୍ଭବସ୍ଥାର ଅବଧି ଏବେ ୭ ମାସରୁ ଅଧିକ ହୋଇସାରିଛି ଓ ଶିଶୁର ଜୀବିତ ରହିବାର ଅଧିକାର କଥା କ’ଣ କହିବେ ? ଆପଣ ଏହାକୁ କିଭଳି ଦେଖନ୍ତି ? ମହିଳା ଓକିଲ କହିଥିଲେ, ଭୃଣ ଗର୍ଭରେ ରହିଛି, ଯେଉଁ ପର୍ଯ୍ୟନ୍ତ ଜନ୍ମ ହୋଇନି ତା ଉପରେ ମା’ର ଅଧିକାର ରହିଛି। ସେ କହିଛନ୍ତି, ଆବେଦନକାରୀ ବର୍ତ୍ତମାନ ଖୁବ୍ କଷ୍ଟରେ ଅଛନ୍ତି। ଏପରିକି ବାହାରକୁ ମଧ୍ୟ ଯିବା ଆସିବା କରିପାରୁ ନାହାନ୍ତି। ନିଟ୍‌ ପରୀକ୍ଷାର ପ୍ରସ୍ତୁତି ପାଇଁ କ୍ଲାସ କରୁଛନ୍ତି। ସେ ଖୁବ୍ କଷ୍ଟଦାୟକ ସ୍ଥିତିରେ ଅଛନ୍ତି, ଏଭଳି ସ୍ଥିତିରେ ସେ ସମାଜକୁ ସାମନା କରିପାରିବେନି। ମହିଳାଙ୍କ  ମାନସିକ ଓ ଶାରିରୀକ ସ୍ଥିତିକୁ ଧ୍ୟାନରେ ରଖାଯିବା ଦରକାର। ତେବେ ଖଣ୍ଡପୀଠ ଜବାବ୍‌ରେ ‘ସରି’ କହିଥିଲେ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ୩ ମଇରେ କହିଥିଲେ, ୨୫ ଏପ୍ରିଲରେ କୋର୍ଟ ଏମ୍ସକୁ ମେଡିକାଲ ବୋର୍ଡ ଗଠନ କରିବାର ନିର୍ଦେଶ ଦେଇଥିଲେ। ଏଥିରେ ଭୃଣ ଓ ଆବେଦନକାରୀଙ୍କ ସ୍ଥିତି ଆକଳନ କରିବାକୁ ଯାଇଥିଲା। ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲା ଉଭୟଙ୍କର  କିଛି ଅସୁବିଧା ନାହିଁ। ଏହାପରେ ଦିଲ୍ଲୀ ହାଇକୋର୍ଟ ଭୃଣ ନଷ୍ଟ ନକରିବାର ରାୟ ଦେଇଥିଲେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.