ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେଡିରେ ଯୋଗ ଦେବେ ସୁରେନ୍ଦ୍ର ସିଂଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା

ବଲାଙ୍ଗିର,୨୯/୦୩: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲ୍ଲା କଂଗ୍ରେସ ସଭାପତି ସୁରେନ୍ଦ୍ର ସିଂଭୋଇ ଗୁରୁବାର ଦଳ ଛାଡ଼ିଛନ୍ତି । ସେ ତାଙ୍କର ଦଳୀୟ ପତ୍ରରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ  ଖଡ଼ଗେଙ୍କୁ ନିଜର ଇସ୍ତଫା ପତ୍ର  ପଠାଇଛନ୍ତି । ସେ ଏକାଥରକେ  ପ୍ରାଥମିକ ସଦସ୍ୟତା ସମେତ ଜିଲ୍ଲା ସଭାପତି ଏବଂ ଏଆଇସିସିର  ବିଭିନ୍ନ ପଦରୁ ଇସ୍ତଫା ଦେଇଥିବା  କହିଛନ୍ତି । ଏଥିସହ ଦୀର୍ଘ ୩୮  ବର୍ଷ ଧରି କଂଗ୍ରେସରେ ସମ୍ମାନ, ଶୃଙ୍ଖଳାର ସହ କାମ କରିବାର  ସୁଯୋଗ ଦେଇଥିବାରୁ ସିଂଭୋଇ  କଂଗ୍ରେସ ପଦାଧିକାରୀଙ୍କୁ ଧନ୍ୟବାଦ  ଜଣାଇଛନ୍ତି ।ଅପରପକ୍ଷେ,  ବରିଷ୍ଠ କଂଗ୍ରେସ ନେତା ଅଶୋକ  ନନ୍ଦଙ୍କୁ ଆଜି କାମଚଳା ସଭାପତି  ଭାବରେ ଦାୟିତ୍ୱ ଦିଆଯାଇଛି । ଶ୍ରୀ  ସିଂଭୋଇଙ୍କ ଇସ୍ତଫା ପରେ ଓଡିଶା  ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ  ଏକ ବିଜ୍ଞପ୍ତି ପ୍ରକାଶ କରି ତାଙ୍କୁ  ନୂତନ ଦାୟିତ୍ୱ ଦିଆଯାଇଛି । 

ପ୍ରକାଶ ଯେ, ସୁରେନ୍ଦ୍ରସିଂ ଭୋଇ  ଜଣେ ପୁରୁଣା ସଂଗଠକ ହେବା ସହ  ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ  ତାଙ୍କର ଦବ୍‌ଦବା ରହିଛି । ଟିଟିଲାଗଡ଼  ବିଧାନସଭା ଭୋଟରେ ଯଦିଓ ବିଜେଡି  ବାଜିମାତ କରୁଛି । ତଥାପି ସେଠାରେ  କ୍ରମାଗତ ଭାବରେ କଂଗ୍ରେସ କଡା ଟକ୍କର ଦେଇଆସୁଥିଲା। ୨୦୦୯ରେ ସୁରେନ୍ଦ୍ରସିଂ ଭୋଇ  ତତ୍କାଳୀନ ବିଜେଡି ପ୍ରାର୍ଥୀ ଯୋଗେନ୍ଦ୍ର  ବେହେରାଙ୍କୁ କଡା ଟକ୍କର ଦେଇ  ବିଜୟୀ ହୋଇଥିଲେ। ତାପରେ  ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ  ଭଲ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ  ରହିଥିଲେ । ଏବେବି ଟିଟିଲାଗଡ଼ ଓ  ଗୁଡଭେଲା ବ୍ଲକର ଆଭ୍ୟନ୍ତରୀଣ  ଅଞ୍ଚଳରେ ତାଙ୍କର ଭଲ ସଂଗଠନ  ରହିଛି । 

ଗୁୁରୁବାର ଟିଟିଲାଗଡ଼  ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ  ଅଞ୍ଚଳର ସମର୍ଥକଙ୍କୁ ନେଇ ସେ  ଭୁବନେଶ୍ୱର ପହଞ୍ଚି ସାରିଥିବାବେଳେ ଶୁକ୍ରବାର ବିଜେଡିରେ ଯୋଗ ଦେବା ପ୍ରସ୍ତୁତି ସରିଛି । ଏପରିକି  ତାଙ୍କୁ ଏଥର ବଲାଙ୍ଗିରରୁ ବିଜେଡି  ସାଂସଦ ପ୍ରାର୍ଥୀ କରାଯିବ ବୋଲି ମଧ୍ୟ  ଚର୍ଚ୍ଚା ହେଉଛି । ଶରତ ପଟ୍ଟନାୟକ  ପିସିସି ସଭାପତି ହେବା ପରେ  ପୁରୁଣା କଂଗ୍ରେସକୁ ସଂଗଠିତ  କରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ । ଏହି କ୍ରମରେ ଫେବୃଆରୀ ମାସରେ  ବିଭିନ୍ନ ଜିଲ୍ଲା ପାଇଁ ନିଜର ନୂଆ  ଟିମ୍‌ ଗଢ଼ିଥିଲେ । ଉକ୍ତ ନୂଆ ଟିମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ  ସଭାପତି ଭାବରେ ସୁରେନ୍ଦ୍ରସିଂ ଭୋଇଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଦାୟିତ୍ୱ ନେବାର ଦୁଇମାସ ନପୁରୁଣୁ ଶ୍ରୀ ସିଂଭୋଇ ଶରତଙ୍କ  ହାତ ଛାଡ଼ିଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.