ପ୍ରମୂଖ ଖବର
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଟେଲିଗ୍ରାମ ଫାଉଣ୍ଡର ପାଭେଲ ଡ୍ୟୁରୋଭ ଏୟାରପୋର୍ଟରୁ ଗିରଫ , ଜାଣନ୍ତୁ କାହିଁକି ହେଲେ ଗିରଫ

ନୂଆଦିଲ୍ଲୀ, ୨୫/୮ :  ଟେଲିଗ୍ରାମର ଫାଉଣ୍ଡର ଏବଂ ସିଇଓ ପାଭେଲ ଡ୍ୟୁରୋଭ ଶନିବାର ସନ୍ଧ୍ୟାରେ ପ୍ୟାରିସର ବ୍ୟାର୍ଜେଟ ଏୟାରପୋର୍ଟରୁ ଗିରଫ । ଡ୍ୟୁରୋଭ ଏକ ପ୍ରାଇଭେଟ ଜେଟରେ ଫ୍ରାନ୍ସରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି । 

ଏ ନେଇ ଅଫିସଆଲ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯାଇଥିଲା । ତାଙ୍କ କମ୍ପାନୀ ଟେଲିଗ୍ରାମରେ ମୋଡରେଟର୍ସର କମ୍ କାରଣରୁ ଯାଞ୍ଚ ହୋଇଥିଲା । ପୋଲିସ ନିଜ ଯାଞ୍ଚ‌ରେ ପାଇଥିଲା କି ମୋଡରେଟର୍ସର କମ୍ କାରଣରୁ ଅପରାଧିକ ଗତିବିଧି ଏହି ଆପରେ ବହୁ ସହଜରେ ଚଲାଯାଇ ପାରୁଥିଲା।  ପ୍ରକାଶ ଯେ, ଅରବପତି ବ୍ୟବସାୟୀ ପାଭେଲ ଡ୍ୟୁରୋଭଙ୍କ ଗିରଫକୁ ନେଇ କୌଣସି ଅଫିସିଆଲ ସୂଚନା ଏବେ ଯାଏ ଆସିନାହିଁ ।

ପାଭେଲ ଡ୍ୟୁରୋଭ କିଏ ?

ଋଷରେ ଜନ୍ମ ୩୯ବର୍ଷୀୟ ପାଭେଲ ଟେଲିଗ୍ରାମ ସଂସ୍ଥାପକ ଏବଂ ମାଲିକ ଅଟନ୍ତି । ଟେଲିଗ୍ରାମ ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅଟେ । ଯାହା ହ୍ବାଟ୍ସଅପ, ଇଷ୍ଟାଗ୍ରାମ, ଟିକଟକ ଏବଂ ଓ୍ବାଚାଟର ପ୍ରତିଦ୍ବନ୍ଦୀ କମ୍ପାନୀ ଅଟେ । ଋଷ ଏବଂ ଫ୍ରାନ୍ସର ମିଡ଼ିଆ କହିଥିଲା କି ଡ୍ୟୁରୋଭ ୨୦୨୧ରେ ଫ୍ରାନ୍ସର ନାଗରିକ ହୋଇଥିଲେ । ସେ ଟେଲିଗ୍ରାମ ୨୦୧୭ରେ ଦୁବାଇରୁ ଅପରେଟ କରୁଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.