ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶ ବିଦେଶରୁ ଆସନ୍ତି ପ୍ରତିଯୋଗୀ; ଆୟୋଜିତ ହୁଏ ସଙ୍ଗୀତ ପ୍ରତିଯୋଗିତା, ସେ ପୁଣି ପାଣି ଭିତରେ...

ନୂଆଦିଲ୍ଲୀ, ୧୮।୩: ଦେଶ ବିଦେଶରେ ଅନେକ ନିଆରା ଫେଷ୍ଟିଭାଲ ଆୟୋଜିତ ହୋଇଥାଏ । ଏଥିମଧ୍ୟରୁ କିଛି ଖାସ୍ ଫେଷ୍ଟିଭାଲ ସାରା ବିଶ୍ୱ ପରିଚିତ । ଠିକ୍ ସେହିଭଳି ଏକ ଫେଷ୍ଟିଭାଲ୍ ହେଉଛି ‘ଅଣ୍ଡରୱାଟର୍ ମ୍ୟୁଜିକ୍ ଫେଷ୍ଟିଭାଲ୍’ । ଏହି ଫେଷ୍ଟିଭାଲ୍‌ର ନାଁରୁ ହିଁ ଆପଣ ଜାଣିସାରିଥିବେ ଯେ, ଏହା ଏକ ମ୍ୟୁଜିକ୍ କମ୍ପିଟିସନ୍ । ତେବେ ଏହି ଫେଷ୍ଟିଭାଲ୍‌ର ବିଶେଷତା ହେଉଛି, ଏଥିରେ ପ୍ରତିଯୋଗୀମାନେ ପାଣି ଭିତରେ ଗୀତ ଗାଇଥାନ୍ତି । ପ୍ରତିବର୍ଷ ଫ୍ଲୋରିଡାରେ ଏହି ଫେଷ୍ଟିଭାଲ୍ ଆୟୋଜିତ ହୋଇଆସୁଛି । 

ମୁଙ୍ଗା ସଂରକ୍ଷଣ ଭିତରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହାର ଫାଉଣ୍ଡର୍ ବିଲ୍ ବେକର ଏହି ମ୍ୟୁଜିକ୍ ଫେଷ୍ଟିଭାଲର ଆୟୋଜନ କରନ୍ତି । ଫେଷ୍ଟିଭାଲ ପାଇଁ ବିଲ୍ ବେକର ସମସ୍ତ ପ୍ରକାର ଗୀତ ଚୟନ କରିଥାନ୍ତି । ବାୟୁମଣ୍ଡଳ ତୁଳନାରେ ପାଣି ଭିତରେ ୪.୩ ଗୁଣା ଅଧିକ ବେଗରେ ମ୍ୟୁଜିକ୍ ଶୁଣାଯାଇଥାଏ । ପାଣି ଭିତରେ ମ୍ୟୁଜିକ୍‌ ଶୁଣିବାର ଅନୁଭବ ଖୁବ୍ ନିଆରା । ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ସିଙ୍ଗର୍, ରାପର୍, ମ୍ୟୁଜିସିଆନ୍ ଆଦି ଯୋଗ ଦେଇ ନିଜ ଦେଶର କଳା ପ୍ରଦର୍ଶନ କରିଥାନ୍ତି । ପ୍ରତିବର୍ଷ ଜୁଲାଇ ମାସରେ ଏହି ଫେଷ୍ଟିଭାଲ ଆୟୋଜିତ ହୁଏ । ତେବେ ପ୍ରାୟ ୨୫ ବର୍ଷ ପୂର୍ବରୁ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ପୁରୁଣା ବାଦ୍ୟଯନ୍ତ୍ର ସହିତ ପୁରୁଣା ରେଡିଓ ବଜାଇ ମ୍ୟୁଜିକ୍ ସହିତ ନୃତ୍ୟକୁ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରାଯାଏ । 

ଏହି ଫେଷ୍ଟିଭାଲର ମଜା ଉଠାଇବା ଲାଗି ଅନେକ ଦେଶରୁ ଦର୍ଶକ ଏଠାକୁ ଆସିଥାନ୍ତି । ତେବେ ଏଠାରେ ଅନୁପସ୍ଥିତ ଥିବା ଲୋକମାନଙ୍କ ପାଇଁ ଘରେ ବସି ଲାଇଭ୍ ଶୋ’ ଦେଖିବାର ସୁବିଧା ମଧ୍ୟ ରହିଛି । ସ୍ଥାନୀୟ ଚ୍ୟାନେଲରେ ଏହି ଶୋ’ର ଲାଇଭ୍ ଟେଲିକାଷ୍ଟ ହୋଇଥାଏ । ଏହି ଫେଷ୍ଟିଭାଲ୍ ପ୍ରାୟ ୪ ଘଣ୍ଟା ସମୟ ଧରି ଚାଲିଥାଏ । ଗତ କିଛି ବର୍ଷ ହେବ ଫେଷ୍ଟିଭାଲର ଇନଷ୍ଟ୍ରୁମେଣ୍ଟରେ ଟ୍ରାମ୍, ବୋନ୍ ଫିସ୍, ସି-ଫନ୍, ଫଏଡ୍ ବାଦ୍ୟଯନ୍ତ୍ରକୁ ସାମିଲ କରାଯାଇଛି । ପ୍ରତିଯୋଗିତାରେ ଭାଗ ନେବା ଲାଗି କଳାକାରମାନଙ୍କୁ ବହୁ ପୂର୍ବରୁ ନିଜ ନାଁ ପଞ୍ଜିକରଣ କରିବାକୁ ହୁଏ । ପ୍ରତିଯୋଗିତାରେ ବିଜେତାଙ୍କୁ ପୁରସ୍କାର ମିଳିଥାଏ । ଏଥିସହ ଅନ୍ୟ କଳାକାରମାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.