ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ମାଟ୍ରିକ ଫଳାଫଳ : ଫିରିଙ୍ଗିଆ ବ୍ଲକରେ ପାସ ହାର ୯୮ ପ୍ରତିଶତ, ଜଣେ ଛାତ୍ରୀ ପାଇଲେ ଏ ଗ୍ରେଡ

ଫିରିଙ୍ଗିଆ,୨୭।୫ :  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି I ଛାତ୍ରମାନଙ୍କ ତୁଳନାରେ ଛାତ୍ରୀ ମାନେ ଅଧିକ ସଫଳତା ପାଇଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମଧ୍ୟ୍ୟ ଛାତ୍ର ମାନଙ୍କ ତୁଳନାରେ ଛାତ୍ରୀମାନେ ଏହି ମେଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି I   ଚଳିତ ବର୍ଷ ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଗୋଛାପଡା ସରକାରୀ ଉଚ୍ଚବିଦ୍ୟାଳୟ ର ଅର୍ଚିତା ମିଶ୍ର  ୫୪୦ମାର୍କ ରଖି ଏହି ଫିରିଙ୍ଗିଆ ବ୍ଲକ ଟପ୍ପର ହୋଇଥିବା ବେଳେ ବ୍ଲକ ଏହି ଜଣେ ମାତ୍ର ଛାତ୍ରୀ ହିଁ ଏ ଗ୍ରେଡ ରଖିଛନ୍ତି I 

ତେବେ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫିରିଙ୍ଗିଆ ବ୍ଲକ ରେ ପାସ ହାର କମ ରହିଥିବା ବେଳେ ଚଳିତ ବର୍ଷ ବ୍ଲକ ରେ ପାସ ହାର ମାତ୍ର ୯୮ ପ୍ରତିଶତ ରହିଛି I ତେବେ ଚଳିତ ବର୍ଷ ବ୍ଲକ ର ସମୁଦାୟ ୨୩ ଟି ହାଇସ୍କୁଲ ର ୧୧୦୦ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଓ ସେମାନଙ୍କ ମଧ୍ୟରୁ ୧୦୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ବିଭିନ୍ନ କାରଣରୁ ୧୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇପାରିନଥିଲେ I ଅନ୍ୟପଟେ ବ୍ଲକ ର ସମୁଦାୟ ୧୩ ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ଜଣେ ଛାତ୍ରୀ ଏ ଗ୍ରେଡ଼ ପାଇଛନ୍ତି ଓ ବ୍ଲକରେ ତିନିଜଣ ଏଟୁ ,୮୪ ଜଣ ଛାତ୍ର ଛାତ୍ରୀ ବିୱାନ , ୩୭୫ ଜଣ ଛାତ୍ର ଛାତ୍ରୀ ବିଟୁ , ୪୬୪ ଜଣ ଛାତ୍ର ଛାତ୍ରୀ ସି ଗ୍ରେଡ଼,  ୧୧୭ ଜଣ ଛାତ୍ର ଛାତ୍ରୀ ଡି ଗ୍ରେଡ଼,  ୨୫ଜଣ ଛାତ୍ରଛାତ୍ରୀ ଇଗ୍ରେଡ଼ ଓ ୧୨ ଜଣ ଛାତ୍ର ଛାତ୍ରୀ ଏଫ ଗ୍ରେଡ଼ ପାଇଛନ୍ତି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.