ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର, ବଦଳୁଛି ମେରୁ... ବିପଦର ସଙ୍କେତ ନୁହେଁ ତ ?

ନୂଆଦିଲ୍ଲୀ,୧୫।୫:  ଭୂଚୁମ୍ବକୀୟ କ୍ଷେତ୍ର ମଣିଷ, ପଶୁ-ପକ୍ଷୀ ଓ ସମୁଦ୍ର ଜୀବଙ୍କ ପାଇଁ ନାଭିଗେସନ୍କୁ ସକ୍ଷମ କରିଥାଏ। ଏହା ସାହାଯ୍ୟରେ ଆମେ ଦୂରତ୍ବ ଧାର୍ଯ୍ୟ କରିପାରି ଥାଉ। କିନ୍ତୁ ଉତ୍ତର ଓ ଦକ୍ଷିଣ ମେରୁ ସହିତ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସ୍ଥିର ନାହିଁ। ଏଭଳି ସ୍ଥିତିରେ ପ୍ରଶ୍ନ ଉଡେ କ’ଣ ଏହା ଆମ ପାଇଁ ଚିନ୍ତାର କଥା ? କାରଣ ଆମ ପୃଥିବୀ ପାଇଁ ଏକ ଚୁମ୍ବକୀୟ କ୍ଷେତ୍ର ରହିବା ଅତ୍ୟନ୍ତ ଜରୁରୀ। ପୃଥିବୀରେ ଜୀବନ, ବାୟୁମଣ୍ଡଳ, ସଞ୍ଚାର ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଭୌଗୋଳିକ ଧ୍ରୁବ ନିକଟରେ ଅବସ୍ଥିତ ପୃଥିବୀର ଚୁମ୍ବକୀୟ ମେରୁ ଆମ ଗ୍ରହରେ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ। ଏହା ସୌର ବିକିରଣ  ଠାରୁ ରକ୍ଷା କରିଥାଏ। ଗୋଟିଏ ବାକ୍ୟରେ କହିବାକୁ ଗଲେ ଏହା ଗ୍ରହକୁ ରହିବା ଯୋଗ୍ୟ କରିଥାଏ

 

କ’ଣ ପାଇଁ ଗୁରୁତ୍ବପୂର୍ଣ୍ଣ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ?

 -ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦ୍ବାରା ମଣିଷ ଏବଂ ଅନ୍ୟ ଜୀବଙ୍କର ବଞ୍ଚିବା ସମ୍ଭବ ହୋଇଥାଏ।  

-ଏହା ସୂର୍ଯ୍ୟଙ୍କଠାରୁ ଆସୁଥିବା ସୋଲାର ଓ୍ବିଣ୍ଡ, କସମିକ୍ ରେ’  ଓ  ହାନିକାରକ ରେଡିଏସନ୍ରୁ ଓଜନସ୍ତରକୁ ରକ୍ଷା କରିଥାଏ |

 -ଚୁମ୍ବକୀୟ କ୍ଷେତ୍ରର ଦୁର୍ବଳତା ହେବା କାରଣରୁ ବଡ଼ କ୍ଷତି ହୋଇପାରେ। ଏହି କାରଣରୁ, ଉପକରଣର ସଞ୍ଚାଳନରେ ସମସ୍ୟା  ହୋଇପାରେ।

-ମହାକାଶରେ ଗତି କରୁଥିବା ଉପଗ୍ରହ  କାର୍ଯ୍ୟ ବନ୍ଦ ହୋଇଯିବ

ନାସା ଅନୁଯାୟୀ, ଗତ ୮୩ ନିୟୁତ ବର୍ଷରେ ଏହା ୧୮୩ ଥର ଘଟିଛି।  ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଗ୍ରହ ଭିତରେ ଅସାଧାରଣ ତୀବ୍ର ଚୁମ୍ବକୀୟ କ୍ଷେତ୍ରର 'ଦାଗ' କାରଣରୁ ବର୍ତ୍ତମାନର ପରିବର୍ତ୍ତନ ଘଟୁଛି। ତେବେ କାହିଁକି ଏଭଳି ହେଉଛି ତାହା ମଧ୍ୟ ସ୍ପଷ୍ଟ ଭରେ ଜଣାପଡିନି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.