ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଡ଼ି ଧକ୍କାରେ ଶ୍ରମିକ ମୃତ, ରାସ୍ତା କାମ କରୁଥିବା ବେଳେ ଚଢ଼ିଗଲା କମ୍ପାନୀ ଗାଡ଼ି

ମହାକାଳପଡ଼ା, ୬।୫: କେନ୍ଦ୍ରାପଡ଼ା ଜିଲ୍ଲା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ରତିବାଦରେ କ୍ଷତିପୂରଣ ଦାବି କରି ଜମ୍ବୁ-ମାର୍ଶାଘାଇ କେନାଲ ରୋଡ୍‌ର ବାୟାବାବା କଲେଜ ଛକରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ମୃତକ ହେଲେ ସ୍ଥାନୀୟ ନନ୍ତାର ଗ୍ରାମର ଅଞ୍ଜନ ମଲ୍ଲିକ । 

ରବିବାର ବିଳମ୍ବିତ ରାତିରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବାବେଳେ କମ୍ପାନୀର ଏକ ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ମହାକାଳପଡ଼ା ପୋଲିସର ତଦନ୍ତ ଜାରି ରହିଛି । ତଦନ୍ତ ଚାଲୁଥିବାରୁ ଜମ୍ବୁ-ମାର୍ଶାଘାଇ କେନାଲ ରୋଡ୍‌ରେ ଅଟକି ରହିଛି ଶହ ଶହ ଗାଡ଼ି l

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.