ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ, ଥାନାରେ ଅଭିଯୋଗ କରିବାରୁ ଏଭଳି ଉତ୍ତରେ ଦେଲେ ଥାନା ଅଧିକାରୀ...

ରାଉରକେଲା, ୩୧।୩: ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ନିଖୋଜ ଯୁବକ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଲତାଗାଁ ଡ଼ୁଙ୍ଗଡ଼ୁଙ୍ଗ ପଡ଼ାର ୩୪ ବର୍ଷୀୟ ଯୁବକ ଅଜିତ୍ ଡ଼ୁଙ୍ଗଡ଼ୁଙ୍ଗ ଗତ ୨୪ ତାରିଖରୁ ନିଖୋଜ ଅଛନ୍ତି । ଅଜିତ୍ ଗତ ୨୦ ତାରିଖରୁ ନିଜ ଘରୁ ଦାଦନ ଖଟିବାକୁ ଚେନ୍ନାଇ ବାହାରିଥିଲେ । ୨୦ ତାରିଖରେ ଝାରସୁଗୁଡ଼ା ଷ୍ଟେସନରୁ ଚେନ୍ନାଇ ଟ୍ରେନ୍ ଯୋଗେ ଯାଇଥିଲେ । ଆଉ ୨୨ ତାରିଖରେ ଚେନ୍ନାଇର ତାମବରାମ ଷ୍ଟେସନରେ ଓଲ୍ଲାଇଥିଲେ । ଟ୍ରେନରୁ ଓଲ୍ଲାଇବା ପରେ ଅଜିତ୍ ତାଙ୍କ ପତ୍ନୀ ମୁକ୍ତାଙ୍କ ସହ ଫୋନରେ କଥା ହୋଇଥିଲେ । ସେହି ଦିନ ଅଜିତଙ୍କ ବନ୍ଧୁ ଆଶିଷ ସୋରେନଙ୍କ ସହ ଶ୍ରୀ ଥାୟାଗାରାଜନ ଏଣ୍ଟରପ୍ରାଇଜେସ୍ କମ୍ପାନୀର କ୍ୱାଟର୍ସରେ ରାତିରେ ରହିଥିଲେ, ହେଲେ ଅଜିତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବାହାରିବାରୁ ଗତ ୨୩ ତାରିଖରୁ ଅଜିତ୍ ଘରକୁ ଫେରିବା ପାଇଁ ଟ୍ରେନରେ ଚଢ଼ିଥିଲେ । 

ଅଜିତ୍ ଟ୍ରେନରେ ଚଢ଼ିବା ପରେ ତାଙ୍କ ପତ୍ନୀ ମୁକ୍ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ । କିନ୍ତୁ, ତାଙ୍କ ପତ୍ନୀ କହିବାନୁସାରେ ଅଜିତ୍ ଭଲ ଭାବେ କଥାବାର୍ତ୍ତା କରିପାରୁନଥିଲେ । ୨୪ ତାରିଖ ଅପରାହ୍ନରେ ତାଙ୍କ ମୋବାଇଲ ସୁଇଜ୍ ଅଫ୍ ହୋଇଯାଇଥିଲା । ଏହା ପରେ  ଅଜିତ୍ ଘରକୁ ନ ଫେରିବାରୁ ପରିବାର ଲୋକେ ବଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ, ଏଫ୍‌ଆଇଆର୍ ଲେଖିବା ପରିବର୍ତ୍ତେ ଅଜିତ୍ ଚେନ୍ନାଇରେ ନିଖୋଜ ହୋଇଛନ୍ତି, ତେଣୁ ଚେନ୍ନାଇରେ ଅଭିଯୋଗ କର ବୋଲି ଥାନା ଅଧିକାରୀ କହିଥିବା ପରିବାର ଲୋକେ କହିଛନ୍ତି । ପରେ ପତ୍ନୀ ମୁକ୍ତାଙ୍କ ସହ ପରିବାର ଲୋକେ ସୁନ୍ଦରଗଡ଼ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ଆଦିବାସୀ  ଗରିବ ଯୁବକ ପରିବାର ପ୍ରତିପୋଷଣ କରିବାକୁ ଦାଦନ ଖଟିବାକୁ ଚେନ୍ନାଇ ଯାଉଛି, ଆଉ ନିଖୋଜ ହେବା ପରେ ଥାନା ବାବୁଙ୍କ ଏପରି ବ୍ୟବହାର ଅତି ନିନ୍ଦାର ବିଷୟ । ଅନ୍ୟପଟେ ସୁନ୍ଦରଗଡ଼ରେ ମାନବ ଚାଲାଣ ରୋକିବାର ନାଁ ଧରୁନାହିଁ । ଲୋକେ ରୋଜଗାର କରିବାକୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ସେଠାରେ ବନ୍ଧା ପଢ଼ୁଛନ୍ତି ତ କାହାର ଜୀବନ ଯାଉଛି । ଆଉ ଏବେ ଅଜିତ୍ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ଅଜିତଙ୍କୁ ଖୋଜିବା ପାଇଁ ପୋଲିସ ପ୍ରଶାସନ ସହ ସୁନ୍ଦରଗଡ଼ ଜିଲ୍ଲା  ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.