ଭୁବନେଶ୍ୱର, ୧୮।୪: ପ୍ରତ୍ୟେକ ହିନ୍ଦୁ ଘରେ ପୂଜାପାଠ ପାଇଁ ଠାକୁର ଘରଟିଏ ଥାଏ । ବାସ୍ତୁଶାସ୍ତ୍ରରେ ପୂଜା ଘର ପାଇଁ କିଛି ନିୟମ ରହିଛି । ଏହାକୁ ପାଳନ କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଦୂର ବୃଦ୍ଧି ହୋଇଥାଏ । ପୂଜାପାଠ ଜୀବନରେ ସକାରତ୍ମକ ପ୍ରଭାବ ପକାଇଥାଏ । ଫଳରେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ । ଏହି ନିୟମର ଉଲଙ୍ଘନ କରିବା ଜୀବନରେ ଅନେକ ସମସ୍ୟାର କାରଣ ପାଲଟିଥାଏ । ଏହି ପରିପ୍ରେକ୍ଷୀରେ ପୂଜା ଘରେ ଏପରି ଜିନିଷ ରଖନ୍ତୁ ନାହିଁ, ଯାହା ପରିବାରରେ କଳହର କାରଣ ହୋଇପାରେ ।
ପୂଜା ଘରେ ଭଙ୍ଗା ମୂର୍ତ୍ତି ରଖିବା ଅନୁଚିତ୍ । ଯଦି ମୂର୍ତ୍ତି ଭାଙ୍ଗିଯାଇଛି, ତାକୁ ନଦୀ କିମ୍ୱା ପୋଖରୀରେ ବିସର୍ଜନ କରିଦେବା ଉଚିତ୍ । ସେହିଭଳି ଦେବାଦେବୀଙ୍କ ରୌଦ୍ର ଅବତାରର ଫଟୋ କିମ୍ୱା ମୂର୍ତ୍ତି ନ ରଖି ଶାନ୍ତ ପ୍ରସନ୍ନ ମୁଦ୍ରାର ଫଟୋ ରଖିବା ଆବଶ୍ୟକ ।
ଦେବୀଦେବୀଙ୍କ ପୂଜା ସ୍ଥାନରେ ପୂର୍ବପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ । ଏଥିଯୋଗୁଁ ଘରେ ଅଯଥା କଳି ଝଗଡ଼ା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ ।
କଇଁଚି କିମ୍ୱା କୌଣସି ଧାରୁଆ ଜିନିଷ ପୂଜା ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ ।
ସେହିଭଳି ପୂଜା ଘରେ ଦିଆସିଲି ରଖିବା ଅନୁଚିତ୍ । ଏହାଦ୍ୱାରା ଘରର ଶାନ୍ତି ଭଙ୍ଗ ହୋଇଥାଏ ବୋଲି କୁହାଯାଏ ।
ପୂଜାସ୍ଥଳରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ପୂଜା ଘରେ ଗୋଟିଏରୁ ଅଧିକ ଶଙ୍ଖ ରଖିବା ବର୍ଜିତ । ଏପରି କରିବା ଦ୍ୱାରା ଧନହାନି ହେବାର ଆଶଙ୍କା ଥାଏ ।
ଭଗବାନଙ୍କୁ ଅର୍ପଣ କରାଯାଇଥିବା ଫୁଲ ଶୁଖିଗଲେ ପୂଜା ଘରେ ରଖନ୍ତୁ ନାହିଁ ।
ସବୁବେଳେ ପୂଜାଘରର ସ୍ୱଚ୍ଛତା ବଜାୟ ରଖନ୍ତୁ । ପୂଜା ଘର ଅପରିଷ୍କାର ରହିଲେ ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ ।