ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାତିରୁ ମିଳିବନି ନିସ୍ତାର, ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଛୁଇଁଲା ଭବାନୀପାଟଣାର ତାପମାତ୍ରା

ଭୁବନେଶ୍ୱର ୨୦/୦୪: ପ୍ରଚଣ୍ଡ ତାତି ସାଙ୍ଗକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ କରୁଛି ଛଟପଟ। ୨୧ ଯାଏଁ ତାତିରୁ ନିସ୍ତାର ନାହିଁ। ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଲାଣି। ଆଗକୁ ଆହୁରି ଅସମ୍ଭାଳ କରି ଟାଣ ଖରା। ୩୧ ଡିଗ୍ରୀ ଉପରେ ୧୫ ସହର ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ଭବାନୀପାଟଣାରେ ୩୫ ଡିଗ୍ରୀ, ବଲାଙ୍ଗୀରରେ ୩୪.୨ ଡିଗ୍ରୀ ରାଉକେଲାରେ  ୩୩.୪ ଡିଗ୍ରୀ, କଟକରେ  ୩୩ ଡିଗ୍ରୀ, ବାରିପଦାରେ ୩୩ଡିଗ୍ରୀ, କେନ୍ଦୁଝରରେ ୩୩ଡିଗ୍ରୀ, ଝାରସୁଗୁଡାରେ ୩୩ ଡିଗ୍ରୀ, ବାଲେଶ୍ୱରରେ ୩୩ ଡିଗ୍ରୀ, ଚାନ୍ଦବାଲିରେ ୩୩.୮ଡିଗ୍ରୀ, ଟିଟଲାଗଡରେ ୩୨.୪ଡିଗ୍ରୀ ରେକର୍ଡ ହୋଇଛି । ସେହିଭଲି ଭୁବନେଶ୍ୱରରେ ୩୨.୨ ଡିଗ୍ରୀ, ତାଳଚେରରେ  ୩୨.୨ ଡିଗ୍ରୀ, ଭଦ୍ରକରେ ୩୧.୪ଡିଗ୍ରୀ, ନୂଆପଡାରେ ୩୧.୪ଡିଗ୍ରୀ,  ଜଗତସିଂହପୁରରେ ୩୧.୪° ଡିଗ୍ରୀ ରେକର୍ଡ ହୋଇଛି।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.