ନୂଆଦିଲ୍ଲୀ : ବୟସ୍କଙ୍କ ଠାରେ ଏମପକ୍ସର ଚିକିତ୍ସା ନେଇ ଭାକ୍ସିନ ବ୍ୟବହାର ପାଇଁ ମିଳିଛି ପ୍ରଥମ ଅନୁମୋଦନ। ଏହାକୁ ମଞ୍ଜୁରୀ ଦେଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ( ଡବ୍ଲ୍ୟୁଏଚଓ) ଶୁକ୍ରବାର କହିଛି। ସେ ଏହାକୁ ଆଫ୍ରିକା ଓ ଅନ୍ୟ ସ୍ଥାନରେ ଏହି ରୋଗର ମୁକାବିଲା କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦର୍ଶାଇଛି। ଭାକ୍ସିନକୁ ମଞ୍ଜୁରୀ ଦିଆଯିବାର ଅର୍ଥ ଜିଏଭିଆଇ ଭାକ୍ସିନ ଆଲାଏନ୍ସ ଓ ୟୁନିସେଫ ଭଳି ଦାନକର୍ତ୍ତା ଏହାକୁ କିଣି ପାରେ। କିନ୍ତୁ ସପ୍ଲାଇ ସୀମିତ ଅଛି , କାରଣ ଏହାର ଜଣେ ହିଁ ନିର୍ମାତା।
ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡନୋମ୍ ଘେବ୍ରେୟେସସ କହିଛନ୍ତି , ଏମପକ୍ସର ଚିକିତ୍ସା ପାଇଁ ଭାକ୍ସିନର ବ୍ୟବହାରକୁ ମଞ୍ଜୁରୀ ମିଳିବା, ଏହି ରୋଗ ବିରୋଧରେ ଆମର ଲଢେଇରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ଅନୁମୋଦନ ଅନୁସାରେ , ୧୮ ବର୍ଷ ବା ଏହା ଠାରୁ ଅଧିକ ବୟସର ଲୋକଙ୍କୁ ଦୁଇ ଡୋଜ୍ ଥିବା ଭାକ୍ସିନ ଲଗାଯାଇ ପାରେ।
ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ରର ଅଧିକାରୀମାନେ ଗତ ମାସରେ କହିଥିଲେ କି, କାଙ୍ଗୋ ( ଯିଏ ଏମପକ୍ସରେ ସବୁଠୁ ଅଧିକ ପ୍ରଭାବିତ ଦେଶ)ରେ ପାଖାପାଖି ୭୦ ପ୍ରତିଶତ ମାମଲା ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ଠାରେ ସାମନାକୁ ଆସିଛି। ଡବ୍ଲ୍ୟୁଏଚଓ ଗତ ମାସରେ ଆଫ୍ରିକାର ଅନେକ ସ୍ଥାନରେ ଏମପକ୍ସର ପ୍ରସାର ଓ ବ୍ୟାପକତାକୁ ଦେଖି ଦ୍ୱିତୀୟ ଥର ଏମପକ୍ସକୁ ଅନ୍ତରାଷ୍ଟ୍ରୀୟ ଚିନ୍ତାର ସାର୍ବଜନିକ ସ୍ୱାସ୍ଥ୍ୟ ଜରୁରୀକାଳୀନ (ପିଏଚଇଆଇସି) ଘୋଷିତ କରିଥିଲା।