ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ପାରିବାରିକ କଳହ : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଧରାକୋଟ,୪।୧୧ ଧରାକୋଟ ବ୍ଲକର ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଗ୍ରାମର ଗୁଡିଆଆମ୍ବ ଛକରେ  ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ଜଣକ ହେଲେ ଲିଲି ସ୍ବାଇଁ (୩୫)।

ରୁଗୁମୁ ଗ୍ରାମର ଇନ୍ଦ୍ର ସ୍ୱାଇଁଙ୍କ ପୁଅ ମିଥୁନ ସ୍ୱାଇଁ (୪୦) ମଦ୍ୟପାନ କରି ନିଜ ସ୍ତ୍ରୀ ଲିଲି ସ୍ୱାଇଁ  ସହ ଝଗଡା କରିଥିଲେ। ହଠାତ ମିଥୁନ ଉତ୍ତ୍ୟକ୍ତ ହୋଇ ଏକ    ଧାରୁଆ ଅସ୍ତ୍ରରେ  ଲିଲିଙ୍କ ବେକ ଓ ମୁଣ୍ଡକୁ ହାଣି ଦେଇଥିଲେ।  ଲିଲିର ଚିତ୍କାର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାକୁ ତୁରନ୍ତ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆସିକା ଏସଡିପିଓ ଉମା ଶଙ୍କର ସିଂ,ବଡଗଡ ଥାନା ଏସ ଆଇ ଅମର କାନ୍ତ ଷଡ଼ଙ୍ଗୀ ପ୍ରମୁଖ ମେଡିକାଲରେ ପହଞ୍ଚି ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ଙ୍କ ଉପସ୍ଥିତି ରେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଲିଲିଙ୍କ  ବାପା କୁଲଗଡ ଗ୍ରାମର ଖାଲି ବିଷୋୟୀଙ୍କ ଏତଲା କ୍ରମେ ବଡଗଡ ଥାନାରେ ଏକ ମାମଲା ରୁଜୁ କରାଯାଇ ମିଥୁନ ସ୍ୱାଇଁଙ୍କୁ ଗିରଫ କରି ଘଟଣାର ପୋଲିସ ଅଧିକ ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ଲେଡିଜ୍ ହଷ୍ଟେଲ୍‌ରେ ଚାଞ୍ଚଲ୍ୟକର ଘଟଣା : ରାତିରେ ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି କାଟି ଦେଲେ

 

Copyright © 2022 - Summa Real Media Private Limited. All Rights Reserved.